ସମ୍ବଲପୁରରୁ ଫିନଲାଣ୍ଡ

ବିଦେଶରୁ ଏକ ଦମ୍ପତି ଆସି ଖୁସିକୁ ଫିନଲାଣ୍ଡ ନେବା ପାଇଁ ସମସ୍ତ ଆଇନଗତ ଔପଚାରିକତା ପୂରଣ କରିଛନ୍ତି

ଅନାଥ ଝିଅ ଖୁସିକୁ ମିଳିଲା ନୂଆ ଠିକଣା

ସମ୍ବଲପୁର: ସମ୍ବଲପୁରରୁ ଫିନଲାଣ୍ଡ ଯାତ୍ରା । ଅନାଥ ଝିଅ ଖୁସିକୁ ଫିନଲାଣ୍ଡରେ ମିଳିଲା ନୂଆ ଠିକଣା । ସାତ ସମୁଦ୍ର ପାର ହୋଇ ଫିନଲାଣ୍ଡ ଅଭିମୁଖେ ଖୁସି । ବିଦେଶରୁ ଏକ ଦମ୍ପତି ଆସି ଖୁସିକୁ ଫିନଲାଣ୍ଡ ନେବା ପାଇଁ ସମସ୍ତ ଆଇନଗତ ଔପଚାରିକତା ପୂରଣ କରିଛନ୍ତି । ସମ୍ବଲପୁରର ଏକ ଅନାଥ ଆଶ୍ରମରେ ପାଳିତ ହେଉଥିବା ଖୁସିକୁ ଧରି ଫିନଲାଣ୍ଡ ନେବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ, ଉପଜିଲ୍ଲାପାଳ ମଧୁସ୍ମିତା ଦଳାଇ, ରାଜସ୍ୱ ବିଭାଗୀୟ କମିଶନର(ଆରଡିସି) ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ ସୁଚିସ୍ମିତା ପଟ୍ଟନାୟକଙ୍କ ଉପସ୍ଥିତିରେ ପାଳିତ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି ।