ରଥଯାତ୍ରା ବେଳେ ଆହତ ପୁରୀ ସେବାୟତଙ୍କ ମୃତ୍ୟୁ

ରଥଯାତ୍ରା ସମୟରେ ଗୁରୁତର ଆହତ ହୋଇଥିବା ପୁରୀ ଶ୍ରୀମନ୍ଦିର ସେବାୟତ ନକୁଳା ଭୋଇଙ୍କର ଗୁରୁବାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପୁରୀ: ରଥଯାତ୍ରା ସମୟରେ ଗୁରୁତର ଆହତ ହୋଇଥିବା ପୁରୀ ଶ୍ରୀମନ୍ଦିର ସେବାୟତ ନକୁଳା ଭୋଇଙ୍କର ଗୁରୁବାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ବାହୁଡ଼ା ଯାତ୍ରା ଦିନ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡ଼ିର କିଛି ଅଂଶ ଭାଙ୍ଗି ନକୁଳା ଭୋଇ ଆହତ ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେବାୟତଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସକାଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ନକୁଳାଙ୍କ ମୃତ୍ୟୁ ଘଟିଥିଲା।