+୨ ନାମଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶିତ

ପ୍ରକାଶ ପାଇଲା +୨ ନାମଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ୍

ବିଜ୍ଞାନ-୯୧.୬୭%, କଳା-୮୦% ଓ ବାଣିଜ୍ୟ-୭୯.୨୦% କଟ୍ ଅଫ୍ ରହିଛି

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ନାମଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ୍ । ଉଚ୍ଚଶିକ୍ଷା ନିଦେ୍ର୍ଦଶାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମେରିଟ୍ ଲିଷ୍ଟ ଦେଖିବା ପାଇଁ ସାମ୍ସର ଅଫିସିଆଲ ୱେବସାଇଟରେ ଚେକ୍ କରି ପାରିବେ ।
ବିଜ୍ଞାନ ପାଇଁ ସର୍ବାଧିକ କଟ୍ ଅଫ୍ ୯୧.୬୭ ପ୍ରତିଶତ, କଳା ପାଇଁ ୮୦ ପ୍ରତିଶତ ଓ ବାଣିଜ୍ୟ ପାଇଁ ୭୯.୨୦ ପ୍ରତିଶତ କଟ୍ ଅଫ୍ ରହିଛି । ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସର୍ବାଧିକ କଟ୍ ଅଫ୍ ରହିଛି ଓ ଭୁବନେଶ୍ୱରର ବିଜେବି କଲେଜ୍ ଦ୍ୱିତୀୟ ସର୍ବାଧିକ କଟ୍ ଅଫ୍ ରହିଛି । ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୮ରୁ ଜୁଲାଇ ୧୪ ତାରିଖ ଭିତରେ ନାମ ଲେଖାଇବେ । ସେହିଭଳି ଜୁଲାଇ ୧୯ ତାରିଖରେ ସେକେଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।