ୟୁକ୍ରେନରେ ଘର ଉପରେ କ୍ଷେପଣାସ୍ତ୍ର ମାଡ: ୩ ମୃତ, ୮ ଆହତ

ୟୁକ୍ରେନ ଲଭିଭ୍ ସହରରେ ଆବାସିକ ଘର ଉପରେ କ୍ଷେପଣାସ୍ତ୍ର ମାଡ କରିଛି ୠଷିଆ

କଡା ନିନ୍ଦା କଲେ ୟୁକ୍ରେନ ରାଷ୍ଠ୍ରପତି ଭୋଲୋଦିମିର୍ ଜେଲେନସ୍କି

ୟୁକ୍ରେନ: ୟୁକ୍ରେନ ଲଭିଭ୍ ସହରରେ ଆବାସିକ ଘର ଉପରେ କ୍ଷେପଣାସ୍ତ୍ର ମାଡ କରିଛି ୠଷିଆ । ୩ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଲଭିଭ୍ ଆଂଚଳିକ ସାମରିକ ପ୍ରଶାସନର ମୁଖ୍ୟ ମାକ୍ସିମ କ୍ୟୋଜିତସ୍କି କହିଛନ୍ତି । ଲଭିଭ୍ ମେୟର ଆଣ୍ଡ୍ରି ସାଡୋଭି କହିଛନ୍ତି ଯେ, ଅନେକ ଆପାର୍ଟମେଂଟ ଓ କାର୍ କ୍ଷତିଗ୍ରସ୍ତ ହୋଇଛି । ଭଗ୍ନାବଶେଷ ତଳେ ଅନେକ ଲୋକ ରହି ଥିବେ । ବର୍ତମାନ ଏହି ସ୍ଥାନରେ ଜନସେବା ସଂସ୍ଥା ଓ ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ କାର୍ଯ୍ୟ କରୁଛନ୍ତି । ସେହିଭଳି ଏହି ଆକ୍ରମଣକୁ କଡା ନିନ୍ଦା କରି ୟୁକ୍ରେନ ରାଷ୍ଠ୍ରପତି ଭୋଲୋଦିମିର୍ ଜେଲେନସ୍କି ଶତ୍ରୁପକ୍ଷକୁ ଜବାବ ଦେବା ନିହାତି ଉଚିତ୍ ବୋଲି କହିଛନ୍ତି । ଗତ କିଛି ମାସ ଧରି ୟୁକ୍ରେନ ଉପରେ ଋଷିଆ ମାରାତ୍ମକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରୁଛି, ଯାହାଫଳରେ ଅନେକ ଲୋକ ମୃତାହତ ହେବା ସହ ଧନଜୀବନ ହାନି ହେଉଛି ।