‘ଆମ ପୋଖରୀ ଯୋଜନା’ ଉଦଘାଟନ କଲେ ନବୀନ

ଆଜି ରାଜ୍ୟରେ 'ଆମ ପୋଖରୀ ଯୋଜନା' ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨,୦୦୦ ଜଳାଶୟର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ


ଭୁବନେଶ୍ବର: ଆଜି ରାଜ୍ୟରେ ‘ଆମ ପୋଖରୀ ଯୋଜନା’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନର କନଭେନସନ୍ ସେଣ୍ଟରର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।
ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି। ‘ଆମ ପୋଖରୀ ଯୋଜନା’ରେ ରାଜ୍ୟରେ ଥିବା ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ଦୁଇ ହଜାର ବୃହତ ଜଳାଶୟର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ। ପୁରୁଣା ପୋଖରୀଗୁଡିକର ପୁନରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏ ନେଇ ମିଶନ ଶକ୍ତି ଅଧିନରେ ମହିଳାମାନଙ୍କୁ ଏହି ଯୋଜନାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବା ସହ ପ୍ରାକୃତିକ ମିତବ୍ୟୟୀ ପରିବେଶ ଭିତରେ ସୌନ୍ଦର୍ଯ୍ୟକରଣ କରାଯିବା ନେଇ ଧ୍ୟାନ ଦେବେ। ଏହା ସହ ସର୍ବସାଧାରଣଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ସ୍ଥାନର ବିକାଶ କରାଯାଇ ସହରାଞ୍ଚଳ ପାରିପାର୍ଶ୍ବିକ ସ୍ଥିତିର ଅଭିବୃଦ୍ଧି କରାଯିବ।