୩ଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୪୫ଟି ନୂଆ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ମେଡିକାଲ କଲେଜରେ ଅଗ୍ନିଶମ ସେବା ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ମଞ୍ଜୁର କରିଛନ୍ତି

ଏସସିବି, ଏମକେସିଜି ଓ ବୁର୍ଲା ଭିଏସଏସ ମେଡିକାଲ କଲେଜରେ ଅଗ୍ନିଶମ ସେବା ସୁନିଶ୍ଚିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ମେଡିକାଲ କଲେଜରେ ଅଗ୍ନିଶମ ସେବା ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ମଞ୍ଜୁର କରିଛନ୍ତି। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ସମ୍ବଲପୁରର ବୁର୍ଲା ଭିଏସଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିଶମ ନିରାପତ୍ତା ସୁନିଶ୍ଚିତ ହେବା ପାଇଁ ୪୫ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।

ଉପରୋକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିଶମ ସେବା ବିଭାଗରେ ମଞ୍ଜୁରୀପ୍ରାପ୍ତ ନୂତନ ପଦବୀ ମଧ୍ୟରେ ୩ ଜଣ ଷ୍ଟେସନ ଅଫିସର, ୪ ଜଣ ଲିଡିଂ ଫାୟାରମ୍ୟାନ, ୩ ଜଣ ହାବିଲଦାର, ୩ ଜଣ ଫାୟାରମ୍ୟାନ ଡ୍ରାଇଭର ଏବଂ ୩୦ ଜଣ ଫାୟାରମ୍ୟାନ ପଦବୀ ରହିଛି।