କାମାକ୍ଷାନଗର: ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ଗୋଟିଏ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଛାତିରେ ଶିକ୍ଷକ ମାଡ ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି

ଛାତ୍ରଙ୍କ ଛାତିକୁ ମୁକ୍କା ମାରିଲେ ଶିକ୍ଷକ

ଢେଙ୍କାନାଳ: ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର। ଗୋଟିଏ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଛାତିରେ ଶିକ୍ଷକ ମାଡ ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର କଙ୍କଡାହାଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷକ ଜଣଙ୍କ ଛାତ୍ରଙ୍କ ଛାତିକୁ ଧକ୍କା ଦେବା ପରେ ଛାତ୍ରଜଣକ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କ ପିତାମାତାଙ୍କୁ ଡାକି ତାଙ୍କୁ ଫେରାଇ ନେବାକୁ କହିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ କଙ୍କଡ଼ାହାଡ଼ା ଡାକ୍ତରଖାନା ଓ ପରେ କାମାକ୍ଷାନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଘଟଣା ସମ୍ପର୍କରେ ଛାତ୍ରଙ୍କ ମା’ ଭାରତୀ ମହାନ୍ତ କହିଛନ୍ତି, ମୁଁ ମୋ ପିଲାକୁ ସ୍କୁଲରେ ଛାଡ଼ିବାର ୧୫ ମିନିଟ୍ ପରେ ସାର୍ ଫୋନ୍ କରି ତାକୁ ଫେରାଇ ନେବାକୁ କହିଥିଲେ। ଯେତେବେଳେ ମୁଁ ସ୍କୁଲରେ ପହଞ୍ଚିଲି, ମୁଁ ଦେଖିଲି ମୋ ପୁଅ ଆଶ୍ଚର୍ଯ୍ୟ ହୋଇ କାନ୍ଦୁଥିଲା। ଯଦିଓ ସାର୍ ତାଙ୍କୁ କାହିଁକି ମୁକ୍କା ମାରିଲେ ମୁଁ ଜାଣିନାହିଁ, କିନ୍ତୁ ମୁଁ ଶୁଣିଲି ଯେ ସେ ପ୍ରାର୍ଥନା କ୍ଲାସରେ ତାଙ୍କ ଛାତିରେ ମୁକ୍କା ମାରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରଥମେ କଙ୍କଡ଼ାହାଡ଼ ଡାକ୍ତରଖାନା ଓ ପରେ କାମାକ୍ଷାନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଅଭିଯୋଗ ସମ୍ପର୍କରେ କଙ୍କଡ଼ାହାଡ଼ା ବ୍ଲକ ଶିକ୍ଷା ଅଧିକାରୀ ସାଗର ଟୁଡୁ କହିଛନ୍ତି, ବିଦ୍ୟାଳୟ ପରିସର ଏକ ଦଣ୍ଡମୁକ୍ତ ଅଞ୍ଚଳ । ତେଣୁ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଆମେ ଘଟଣାର ତଦନ୍ତ କରୁଛୁ। ଅଭିଯୋଗ ସତ ପ୍ରମାଣିତ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।