ଭୁବନେଶ୍ୱର ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଅଂଚଳର ଏକ ହୋଟେଲ ରୁମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି

ପୁରୁଷ ସହକର୍ମୀ ନିଖୋଜ

ଭୁବନେଶ୍ୱର: ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଅଂଚଳର ଏକ ହୋଟେଲ ରୁମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ପୁରୀର ବ୍ରହ୍ମଗିରି ଅଂଚଳର । ସେ ଏକ ମୋବାଇଲ ଫୋନ କମ୍ପାନୀରେ ଚାକିରି କରୁଥିଲେ ବୋଲି ସୂଚନା ମିଳିଛି ।
ସୂଚନାନୁସାରେ, ଯୁବତୀଜଣକ ତାଙ୍କ ସହକର୍ମୀଙ୍କ କୌଣସି କାମରେ ଭୁବନେଶ୍ୱରର ଏକ ହୋଟେଲ ରୁମ ବୁକ୍ କରିଥିଲେ । କିନ୍ତୁ ଗୁରୁବାର ସକାଳୁ ହୋଟେଲ କର୍ମଚାରୀମାନେ ରୁମରେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପାଇଥିଲେ । କିନ୍ତୁ ତାଙ୍କ ସହ ଥିବା ପୁରୁଷ ସହକର୍ମୀ ନିଖୋଜ ଅଛନ୍ତି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ପଠାଇବା ସହ ଏହି ଘଟଣାର ତଦନ୍ତ କରୁଛି ।