ମଣିଷଙ୍କୁ ବି ହୋଇପାରେ ବାର୍ଡ ଫ୍ଲୁ: ଡବ୍ଲୁଏଚଓ

ସାଧାରଣତଃ ପକ୍ଷୀମାନଙ୍କ ମଧ୍ୟରେ ବ୍ୟାପୁଥିବା ବାର୍ଡ ଫ୍ଲୁ ମଣିଷମାନଙ୍କ ମଧ୍ୟରେ ବ୍ୟାପିବାର ସମ୍ଭାବନା ଅଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି

ଏଫଏଓ, ଡବ୍ଲୁଏଚଓ ଓ ଡବ୍ଲୁଓଏଏଚର ସତର୍କବାଣୀ

ନୂଆଦିଲ୍ଲୀ: ସାଧାରଣତଃ ପକ୍ଷୀମାନଙ୍କ ମଧ୍ୟରେ ବ୍ୟାପୁଥିବା ବାର୍ଡ ଫ୍ଲୁ ମଣିଷମାନଙ୍କ ମଧ୍ୟରେ ବ୍ୟାପିବାର ସମ୍ଭାବନା ଅଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏଭିଆନ୍ ଇନଫଞ୍ଜା ଭୂତାଣୁ ସାଧାରଣତଃ ପକ୍ଷୀ ତଥା କୁକୁଡା, ଜଙ୍ଗଲ ପକ୍ଷୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ବେଳେ ଏବେ ଏହା ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଏହି ଜୀବାଣୁ ଚିହ୍ନଟ କରାଯାଇଛି ବୋଲି ଡବ୍ଲୁଏଚଓ ଏକ ବିବୃତିରେ କହିଛି ।
ଡବ୍ଲୁଏଚଓ କହିଛି ଯେ, ଏଭିଆନ୍ ଇନଫଞ୍ଜା ଭୂତାଣୁ ପକ୍ଷୀମାନଙ୍କ ମଧ୍ୟରେ ଦେଖାଯାଏ, କିନ୍ତୁ ଏବେ ଏହା ପଶୁମାନଙ୍କ ମଧ୍ୟରେ ଚିହ୍ନଟ କରାଯାଉଛି । ଯାହା ମନୁଷ୍ୟର ଅତି ନିକଟତର । ଏହି ଭୂତାଣୁ ମଣିଷକୁ ଅତି ସହଜରେ ସଂକ୍ରମିତ କରିପାରେ ଯାହାକି ଅତ୍ୟନ୍ତ ଚିନ୍ତାଜନକ । ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଖରେ ଦେଖା ଦେଇଥିବା ଏଭିଆନ୍ ଇନଫଞ୍ଜା ଭୂତାଣୁ ମନୁଷ୍ୟ ପାଇଁ ବହୁତ କ୍ଷତିକାରକ । ମିଳିତ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ(ଏଫଏଓ), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଓଏଏଚ୍) ଏହି ବିବୃତି କରି ଦେଶରେ ପଶୁଫକ୍ଷୀଙ୍କୁ ବଂଚାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।