୨୫ରୁ ତିନି ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ଜୁଲାଇ ୨୫ରେ ତିନିଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି ।

ଭୁବନେଶ୍ୱର, କଟକ, ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୫ରେ ତିନିଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି । ଗସ୍ତର ପ୍ରଥମ ଦିନରେ ଭୁବନେଶ୍ୱରରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୁଲାଇ ୨୬ରେ ଓଡିଶା ହାଇକୋର୍ଟର ୭୫ତମ ବାର୍ଷିକ ଉସôବର ସମାପନ ଉସôବରେ ଯୋଗ ଦେବା ସହ ମା କଟକଚଣ୍ଡୀ ମନ୍ଦିର ଏବଂ ଏସସିବି ମେଡିକାଲ ଓ ହସ୍ପିଟାଲ ପରିଦର୍ଶନ କରିବେ । ଏହା ସହ ଓଡିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନକୁ ଯିବେ ଓ ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଜୁଲାଇ ୨୭ରେ ଭଦ୍ରକ ସ୍ୱୟଂସାଶିତ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେବା ପରେ ସନ୍ଧ୍ୟା ସୁଦ୍ଧା ନୂଆଦିଲ୍ଲୀ ଫେରିଯିବେ ।