ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା

ପ୍ରଶାସନ ପକ୍ଷରୁ ଗଠନ ହେଲା ସବକମିଟି

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା। ଏ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିରରେ ଅବଢାକୁ ନେଇ ଅନିୟମିତତା ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ ହେଲା ସବକମିଟି।

ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଆର ମହାସୁଆର ନିଯୋଗ, ପରିଚାଳନା କମିଟି ଓ ଜିଲ୍ଲା ପୋଲିସ ଉପସ୍ଥିତ ଥିଲେ। ନିଷ୍ପତ୍ତି ଅନୁସାରେ ଏବେ ଶ୍ରୀମନ୍ଦିର ସ୍ଵତ୍ଵଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ହିଁ କେବଳ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରିବେ। କେଉଁ ସୁପକାର କେତେ ପରିମାଣର ମହାପ୍ରସାଦ ବିକ୍ରି କରିବେ ତା’ର ତାଲିକା ସୁଆର ମହାସୁଆର ନିଯୋଗ ଆଗକୁ ପ୍ରଦାନ କରିବେ।