କଂଗ୍ରେସରୁ ନିଲମ୍ବିତ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳବିରୋଧୀ କାର୍ଯ୍ୟ ମହଙ୍ଗା ପଡିଲା।

ପିସିସି ସଭାପତିଙ୍କ ଅଭିଯୋଗରେ ସସପେଣ୍ଡ

ଭୁବନେଶ୍ବର: ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳବିରୋଧୀ କାର୍ଯ୍ୟ ମହଙ୍ଗା ପଡିଲା। ଅଖିଳ ଭାରତୀୟ କଂଗ୍ରେସ କମିଟିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଆଜି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଛି।

ଏଆଇସିସି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ଯାହା ଦଳର ସ୍ୱାର୍ଥ ବିରୋଧୀ। ଏହି ମାମଲା ଡିଏସିକୁ ପଠାଯିବା ପରେ ଡିଏସି ସ୍ପଷ୍ଟୀକରଣ ମାଗିଥିଲା। କିନ୍ତୁ ଉଭୟଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ଉଭୟଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରିବାକୁ ଡିଏସି ନିଷ୍ପତ୍ତି ନେଇଛି।