ଫେସବୁକରେ ଲାଇଭ ଆସି ଆତ୍ମହତ୍ୟା କଲେ ଯୁବକ

ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହା ଫେସବୁକରେ ଲାଇଭ ଆସି ରେକର୍ଡ କରିଥିଲେ ଓ ଏବେ ତାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୃତକ ଜଣକ ହେଲେ ଜିଲ୍ଲା ବଡ଼ମାଳ ଥାନା ଅନ୍ତର୍ଗତ ଷ୍ଟେସନ ପଡ଼ାର ଅଟଳ ସିଂହ(୨୪)।

ମିଳିଥିବା ସୂଚନା ଅନୁଯାୟୀ ଅଟଳ ଏକ ଡ୍ରାଇଭର ଭାବରେ କାମ କରୁଥିଲେ। ଶନିବାର ରାତି ପ୍ରାୟ ୧୨ଟା ୩୫ମିନିଟ୍ ରେ ସେ ନିଜ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଫେସବୁକ ଫ୍ରେଣ୍ଡମାନେ ଏହି ଦୁଃଖଦ ଘଟଣାକୁ ଲାଇଭ୍ ଦେଖିଥିଲେ। ରବିବାର ସକାଳେ ପରିବାର ଲୋକେ ଏହି ଘଟଣା ଜାଣି ପୁଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।