ସ୍କୁଲ ମିଶ୍ରଣକୁ ବିରୋଧ: ୟୁନିଟ-୯ ବାଳିକା ଉଚ୍ଚବିଦ୍ୟାଳୟ ସାମନାରେ ବିକ୍ଷୋଭ

ରାଜଧାନୀରେ ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ନିକଟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ମିଶ୍ରଣକୁ ବିରୋଧ କରିଛନ୍ତି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକଗଣ

ୟୁନିଟ୍ ୯ ବାଳକ ଉଚ୍ଚ ବିଦ୍ୟାଳୟ ସହିତ ମିଶ୍ରଣ ପ୍ରସ୍ତାବକୁ ବିରୋଧ

ଭୁବନେଶ୍ବର: ରାଜଧାନୀରେ ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ନିକଟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ମିଶ୍ରଣକୁ ବିରୋଧ କରିଛନ୍ତି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକଗଣ। ଫାଟକରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତାଲା ପକାଇ ସ୍କୁଲ ସାମନାରେ ବିକ୍ଷୋଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବାଳକ ଉଚ୍ଚ ବିଦ୍ୟାଳୟ ସହିତ ମିଶ୍ରଣ କରିବାକୁ ଯୋଜନା କରିଛନ୍ତି। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଅଭିଭାବକମାନେ କହିଛନ୍ତି ଯେ ଯଦି ସ୍କୁଲକୁ ମିଶ୍ରଣ କରାଯାଏ ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବ।

ଘଟଣାସ୍ଥଳ ପରିଦର୍ଶନ କରି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପ୍ରଜ୍ଞା ପରମିତା ଜେନା କହିଛନ୍ତି, ଦୁଇଟି ସ୍କୁଲର ସମ୍ମିଶ୍ରଣ ଏକ ପ୍ରସ୍ତାବ ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ମୁଁ ଆନ୍ଦୋଳନରତ ଛାତ୍ରୀମାନଙ୍କୁ ଭେଟିଥିଲି ଏବଂ ଆନ୍ଦୋଳନରୁ ଓହରି ଯାଇ କ୍ଲାସରେ ଯୋଗ ଦେବାକୁ ଅନୁରୋଧ କରିଥିଲି। ମୁଁ ତୁରନ୍ତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବି।