ରାଜ୍ୟସଭାରେ ଉଠିଲା ଆଦିବାସୀଙ୍କ ବିକାଶ ପ୍ରସଙ୍ଗ

ରାଜ୍ୟରେ ଥିବା ଆଦିବାସୀଙ୍କ ସ୍ୱାର୍ଥର ହକ ପାଇଁ ଦାବି ଉଠାଇଲେ ଓଡିଶା ସାଂସଦ ଡ଼ଃ ସସ୍ମିତ ପାତ୍ର।

ମହିଳା ସଂରକ୍ଷଣ ବିଲ୍ ପାରିତ ହେଉ: ବିଜେଡ଼ି ସାଂସଦ

ନୂଆଦିଲ୍ଲୀ: ରାଜ୍ୟରେ ଥିବା ଆଦିବାସୀଙ୍କ ସ୍ୱାର୍ଥର ହକ ପାଇଁ ରାଜ୍ୟସଭାରେ ଦାବି ଉଠାଇଲେ ଓଡିଶା ସାଂସଦ ଡ଼ଃ ସସ୍ମିତ ପାତ୍ର। ରାଜ୍ୟରେ ୧୯୭୦ ମସିହା ପରଠାରୁ ଥିବା ୧୬୯ ପ୍ରକାର ଆଦିବାସୀ ଜନଜାତିଙ୍କୁ ଏସଟି ଲିଷ୍ଟରେ ସାମିଲ କରିବା ପାଇଁ ରାଜ୍ୟସଭାର ମୌସୁମୀ ଅଧିବେଶନରେ ଦାବି କରିଛନ୍ତି। ସସ୍ମିତ ଦାବି କରିଛନ୍ତି ଯେ, ହୋ, ମୁଣ୍ଡା, ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସ୍ଥାନିତ କରାଯାଉ। ଓଡ଼ିଶାର ପ୍ରାୟ ୧୦ ଲକ୍ଷ ଆଦିବାସୀ କେନ୍ଦୁ ପତ୍ର ତୋଳି ଜୀବିକା ନିର୍ବାହ କରୁଛନ୍ତି। ତେଣୁ କେନ୍ଦୁ ପତ୍ରରେ ଲାଗୁ ହୋଇଥିବା ୧୮ ପ୍ରତିଶତ ଜିଏସଟି ହଟାଯାଉ। ଏହା ସହ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଥିବା ପ୍ରାୟ ୭ଲକ୍ଷରୁ ଅଧିକ ଆଦିବାସୀ ଜନଜାତିଙ୍କୁ ଆଜି ଯାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ମହିଳା ସଂରକ୍ଷଣ ବିଲ୍ ମଧ୍ୟ ପାରିତ କରାଯାଉ ବୋଲି ସସ୍ମିତ୍ ଦାବି କରିଛନ୍ତି।