ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦୁଇ ଦିନିଆ ଗସ୍ତରେ ଆଫ୍ରିକାରେ ଯାଇ ପହଂଚିଛନ୍ତି

ଭାରତୀୟ ସମୁଦାୟଙ୍କ ଦ୍ୱାରା ଭବ୍ୟ ସ୍ୱାଗତ

ଜୋହାନ୍ସବର୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ମଙ୍ଗଳବାର ଦୁଇ ଦିନିଆ ଗସ୍ତରେ ଆଫ୍ରିକାର ଜୋହାନ୍ସବର୍ଗରେ ଯାଇ ପହଂଚିଛନ୍ତି । ଜୋହାନ୍ସବର୍ଗ ବିମାନବନ୍ଦରରେ ପହଂଚିବା ପରେ ଭାରତୀୟ ସମୁଦାୟଙ୍କ ପକ୍ଷରୁ ଭାରତୀୟ ପତାକା ଦେଖାଇ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ବାହାରିବା ପୂର୍ବରୁ ମୋଦି ଗଣମାଧ୍ୟମ ଆଗରେ କହିଥିଲେ ଯେ, ବ୍ରିକ୍ସ ଶିଖର ସମ୍ମିଳନୀ ଏହାର ସଦସ୍ୟମାନଙ୍କୁ ସହଯୋଗର ଭବିଷ୍ୟତ କ୍ଷେତ୍ର ଚିହ୍ନଟ କରିବା ପାଇଁ ଏକ ଉପଯୋଗୀ ସୁଯୋଗ ପ୍ରଦାନ କରିବ । ବ୍ରିକ୍ସ ସମଗ୍ର ବିଶ୍ୱ ପାଇଁ ଚିନ୍ତାଜନକ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏକ ମଂଚ ପାଲଟିଛି । ମୋଦି ବ୍ରିକ୍ସ ବିଜନେସ୍ ଫୋରମ ନେତାଙ୍କ ସହ ଆଲୋଚନା ସହ ବ୍ରିକ୍ସ ନେତାଙ୍କ ପ୍ରତ୍ୟାବର୍ତନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।