ମଣିପୁର ହିଂସା ପ୍ରଭାବିତ ଲୋକେ ପାଇବେ ବାସଗୃହ

ମଣିପୁରରେ ହିଂସା ପ୍ରଭାବିତ ଲୋକେ ପାଇବେ ବାସଗୃହ ।

ମୁଖ୍ୟମନ୍ତ୍ରୀ କରିଥିଲେ ଘୋଷଣା

ମଣିପୁର: ମଣିପୁରରେ ହିଂସା ପ୍ରଭାବିତ ଲୋକେ ପାଇବେ ବାସଗୃହ । ଇମ୍ଫାଲର ଡେପୁଟି କମିଶନର ଖୁମନ୍ତେମ୍ ଡାଏନା ଦେବୀ କହିଛନ୍ତି, ମଣିପୁର ହାଉସିଂ କର୍ପୋରେସନ ଲିମିଟେଡ ଦ୍ୱାରା ସଜିୱା ଜେଲ କମ୍ପେ୍ଲକ୍ସରେ ନିର୍ମିତ ବିସ୍ଥାପିତ ପରିବାରମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକୁ ଅଗଷ୍ଟ ୨୩ରେ ହସ୍ତାନ୍ତର କରାଯିବ । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ପୂର୍ବରୁ ଘୋଷଣା କରିଥିଲେ ଯେ, ମେ ୩ରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ଅସ୍ଥାୟୀ ଗୃହ ନିର୍ମାଣ କରାଯିବ । ହିଂସାକାଣ୍ଡରେ ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୫୦,୬୫୦ ପୁରୁଷ, ମହିଳା ଓ ଶିଶୁ ବିସ୍ଥାପ୍ଖଚ୍ଛ ହୋଇ ଏବେ ସ୍କୁଲ, ସରକାରୀ କୋଠା ଓ ଅଡିଟୋରିୟମରେ ସ୍ଥାପିତ ୩୫୦ଟି ଶିବିରରେ ଆଶ୍ରୟ ନେଇଛନ୍ତି । ମିଜୋରାମରେ ପ୍ରାୟ ୧୨ ହଜାର ଲୋକ ଆଶ୍ରୟ ନେଇଛନ୍ତି ।