ହିଥ ଷ୍ଟ୍ରିକଙ୍କ ମୃତ୍ୟୁ ଗୁଜବ

କିମ୍ବଦନ୍ତୀ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି ଜିମ୍ବାୱେର ପୂର୍ବତନ ଦ୍ରୁତ ବୋଲର ହେନରି ଓଲୋଙ୍ଗା ।

ହେନରି ଓଲୋଙ୍ଗାଙ୍କ ସ୍ପଷ୍ଟୋକ୍ତି

ଜିମ୍ବାୱେ: ଜିମ୍ବାୱେ କ୍ରିକେଟ ଆଇକନ ହିଥ୍ ଷ୍ଟ୍ରିକ୍ ଦୀର୍ଘ ଦିନ ଧରି କର୍କଟରେ ପୀଡିତ ରହିବା ପରେ ୪୯ ବର୍ଷ ବୟସରେ ପରଲୋକ ଘଟିଥିବା ଖବର ଆଜି ସକାଳୁ ସବୁ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । କିନ୍ତୁ ଷ୍ଟ୍ରିକଙ୍କ ପରିବାର ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନଥିଲା । ହେଲେ କିଛି ସମୟ ପରେ କିମ୍ବଦନ୍ତୀ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି ଜିମ୍ବାୱେର ପୂର୍ବତନ ଦ୍ରୁତ ବୋଲର ହେନରି ଓଲୋଙ୍ଗା । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବରକୁ ଅତିରଞ୍ଜିତ କରାଯାଉଛି । ତାଙ୍କର ମୃତ୍ୟୁ ହୋଇନାହିଁ । ସେ ଏବେ ବି ଜୀବିତ ଅଛନ୍ତି । ଏହା ଲେଖିବା ସହ ସେ ତାଙ୍କର ଷ୍ଟ୍ରିକଙ୍କ ସହ ଏକ ହ୍ୱାଟସଆପ ଚାଟର ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି ।
ହିଥ ଷ୍ଟ୍ରିକ ଜଣେ ଜିମ୍ବାୱେ କ୍ରିକେଟର । ସେ ୬୫ ଟେଷ୍ଟ ଓ ୧୮୯ ଦିନିକିଆ ଖେଳି ୪୯୩୩ ରନ୍ ସଂଗ୍ରହ କରିବା ସହ ସମସ୍ତ ଫର୍ମାଟରେ ୪୫୫ ୱିକେଟ ହାସ କରିଥିବା ସହ ଜିମ୍ବାୱେର ଜଣେ ସ୍ୱୀକୃତିପ୍ରାପ୍ତ ଖେଳାଳୀ ଅଟନ୍ତି । ଟେଷ୍ଟରେ ୧୦ ରନ୍ କରିବା ସହ ୧୦୦ ୱିକେଟ ନେବା ସହ ଦିନିକିଆରେ ୨୦୦୦ ରନ୍ ଓ ୨୦୦୦ ୱିକେଟ ହାସଲ କରିବାରେ ଷ୍ଟ୍ରିକ ହେଉଛନ୍ତି ଜିମ୍ବାୱେର ପ୍ରଥମ ଖେଳାଳୀ ।