ଆକ୍ସନରେ ମୋଦି ସରକାର,ଆଗାମୀ ଦେଢ଼ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୧୦ ଲକ୍ଷ ପଦ ପାଇଁ ନିଯୁକ୍ତି

ଆକ୍ସନରେ ମୋଦି ସରକାର,ଆଗାମୀ ଦେଢ଼ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୧୦ ଲକ୍ଷ ପଦ ପାଇଁ ନିଯୁକ୍ତି

 

ନୂଆଦିଲ୍ଲୀ: ଦେଶରେ ବୋରୋଜଗାରୀ ବୃଦ୍ଧିକୁ ନେଇ ମୋଦି ସରକାର ସର୍ବଦା ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୧୦ ଲକ୍ଷ ପଦ ପାଇଁ ନିଯୁକ୍ତି ସୃଷ୍ଟି କରାଯିବ । ପିଏମ୍‌ଓ ଇଣ୍ଡିଆ ଆକାଉଣ୍ଟରୁ ଏ ସମ୍ୱନ୍ଧରେ ସୂଚନା ଦେଇ ଟ୍ୱିଟ୍ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ମାନବ ସମ୍ୱିଧାନର ସମିକ୍ଷା କରିଛନ୍ତି । ଏହା ସହିତ ସେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଏହା ଉପରେ ମିସନ୍ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ୧୦ ଲକ୍ଷ ପଦରେ ନିଯୁକ୍ତି କରିବାକୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ତେବେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ବଡ଼ ଖବର । ଏହାସହିତ ନୋଟ୍‌ ବନ୍ଦି, ଜିଏସ୍‌ଟି ଏବଂ କରୋନା କାଳରେ ଅର୍ଥ ବ୍ୟବସ୍ଥାର ବିକାଶ ଧିମା ପଡ଼ିଯାଇଛି । ଯାହାଫଳରେ ବେସରକାରୀ ସ୍ତରରେ ମଧ୍ୟ ଚାକିରି ସୁଯୋଗ ସୃଷ୍ଟି ହୋଇପାରୁନାହିଁ ।