ସେପ୍ଟେମ୍ବର ୧୫ରେ ରାଜ୍ୟ କ୍ୟାବିନେଟ ବୈଠକ

ସେପ୍ଟେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ ।

ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ

ଭୁବନେଶ୍ୱର,୧୪/୦୯: ସେପ୍ଟେମ୍ବର ୧୫ ଅର୍ଥାତ୍ ଆସନ୍ତା କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ କୃଷି, ଯୁବ ଓ ମହିଳା କଲ୍ୟାଣ ଏବଂ ସାମାଜିକ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହ ଜଡିତ ଅନେକ ପ୍ରସ୍ତାବ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ଅନୁମୋଦନ ମିଳିପାରେ । ଏହା ସହ ଆସନ୍ତା କାଲି ମନ୍ତ୍ରିମଣ୍ଡଳର ବୈଠକ ବସିବ ବୋଲି ମଧ୍ୟ ସୂଚନା ମିଳିଛି ।