ଆଇଏସଏଲ ୨୦୨୩: ଓଡ଼ିଶା ଏଫସି ଜର୍ସି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ

ଆଗାମୀ ଇଣ୍ଡିଆନ୍ ସୁପର ଲିଗ୍ ୨୦୨୩ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଏଫସି ଜର୍ସି ପ୍ରଦାନ କରିଛନ୍ତି।

ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୪/୦୯: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ ଏଲ୍ ) ୨୦୨୩ ଏବଂ ଏଏଫ୍ ସି କପ୍ ୨୦୨୩ର ଏକ ଉତ୍ସାହଜନକ ନୂଆ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଆଇଏସ୍ ଏଲ୍ ର ଉଲ୍ଲେଖନୀୟ ଦଳ ଓଡ଼ିଶା ଏଫ୍ ସି ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ଏଫ୍ ସିର ଜର୍ସିରେ ମୁଖ୍ୟମନ୍ତ୍ରୀଙ୍କୁ ଗର୍ବର ସହ ଉପସ୍ଥାପିତ କରିବାକୁ ଆହ୍ବାନ କରିଛି।

ଏହି ଅବସରରେ ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା, ଅଧିନାୟକ ତଥା ଗୋଲରକ୍ଷକ ଅମରିନ୍ଦର ସିଂହ ଏବଂ ଘରୋଇ ପ୍ରତିଭା ଟଙ୍କଧର ବାଗ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ସିଜନରେ ଚମତ୍କାର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଫୁଟବଲ୍ ପ୍ରତି ସହଯୋଗ ଓ ଖେଳାଳିଙ୍କ ପାଇଁ ସର୍ବୋତ୍ତମ ସୁବିଧା ସୁଯୋଗ ସୃଷ୍ଟି କରିଥିବାରୁ ପ୍ରଶିକ୍ଷକ ଓ ଅଧିନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।