ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ

ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

‘ସାଂସଦଙ୍କ ପାଇଁ ଅଗ୍ନି ପରୀକ୍ଷା’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯/୦୯: ମହିଳା ସଂରକ୍ଷଣ ବିଲକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଆଜି ସଂସଦରେ ଉପସ୍ଥାପିତ ହେବାକୁ ଥିବା ଏହି ବିଲକୁ ସାଂସଦମାନଙ୍କ ପାଇଁ ଅଗ୍ନି ପରୀକ୍ଷା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ବିଲରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଏକ ତୃତୀୟାଂଶ ସିଟ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିବ । ୨୦୧୦ମସିହାରେ ରାଜ୍ୟସଭାରେ ପାରିତ ହୋଇଥିଲେ ମଧ୍ୟ କୋଟା ଭିତରେ ସଂରକ୍ଷଣ ଦାବି ପାଇଁ ଏହି ବିଲକୁ ସଂସଦରେ ପାରିତ କରିବାରେ ବାଧା ସୃଷ୍ଟି ହୋଇଥିଲା । ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ୨୦୨୭ ସୁଦ୍ଧା ଏହି ବିଲ୍ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।