ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ।

ସେପ୍ଟେମ୍ବର ୧୯ ଇତିହାସରେ ଲିପିବଦ୍ଧ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯/୦୯: ଗତ କାଲି କ୍ୟାବିନେଟରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ କରିବା ପରେ ଆଜି ନୂଆ ସଂସଦ ଭବନରେ ଏ ନେଇ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ପ୍ରଥମ ଅଧିବେଶନର ପ୍ରଥମ ଭାଷଣରେ କହିଥିଲେ ଯେ, ଗତକାଲି କ୍ୟାବିନେଟରେ ଅନୁମୋଦନ ମିଳିଥିବା ମହିଳା ସଂରକ୍ଷଣ ବିଲ ଗଣତନ୍ତ୍ରକୁ ସୁଦୃଢ କରିବ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରସ୍ତୁତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଯେପରି ଆଇନରେ ପରିଣତ ହୁଏ, ସେଥିପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ମହିଳା ସଂରକ୍ଷଣକୁ ନେଇ ଦୀର୍ଘ ବର୍ଷ ଧରି ଅନେକ ତର୍କ ବିତର୍କ ଓ ବିବାଦ ଲାଗି ରହିଛି । ମହିଳା ସଂରକ୍ଷଣକୁ ନେଇ ପୂର୍ବରୁ ମଧ୍ୟ ସଂସଦରେ ଅନେକ ପ୍ରୟାସ ହୋଇଛି, କିନ୍ତୁ ସ୍ୱପ୍ନ ଅଧୁରା ରହିଯାଉଥିଲା । ମହିଳାଙ୍କ ଅଧିକାର ସୁନିଶ୍ଚିତ କରିବା ଏବଂ ସେମାନଙ୍କ ଶକ୍ତିକୁ ବ୍ୟବହାର କରିବା ଏବଂ ଏପରି ଅନେକ ମହାନ କାର୍ଯ୍ୟ ପାଇଁ ଭଗବାନ ମୋତେ ଚୟନ କରିଛନ୍ତି । ସେପ୍ଟେମ୍ବର ୧୯ ତାରିଖ ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି । ମହିଳାଙ୍କ ନେତୃତ୍ୱାଧିନ ବିକାଶକୁ ଆଗେଇ ନେଇ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରୁଛନ୍ତି । ଏହି ବିଲକୁ ଆଇନରେ ପରିଣତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ମୁଁ ଉଭୟ ଗୃହର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରୁଛି ଯେ, ଏହି ବିଲକୁ ସର୍ବସମ୍ମତିକ୍ରମେ ପାରିତ କରନ୍ତୁ ।