ଚିକାଗୋରେ ଆନ୍ତର୍ଜାତିକ ମହିଳା ପୁରସ୍କାରରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ

ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ବର୍ଷର ଶ୍ରେଷ୍ଠ ମହିଳା ପୁରସ୍କାର ପ୍ରଦାନ କରାଯାଇଛି ।

ମହିଳାଙ୍କ ସାମାଜିକ ପରିବର୍ତନରେ ଶାଲୁଙ୍କ ଅବଦାନ ଯଥେଷ୍ଟ

ନୂଆଦିଲ୍ଲୀ,୧୯/୦୯: ଚିକାଗୋସ୍ଥିତ ଭାରତୀୟ ଦୂତାବାସ ସହଯୋଗରେ ଡିଟ୍ରାଇବାଲସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ୱଦେଶୀ ମେଳା ଭାରତୀୟ ଆମେରିକୀୟ ବାଣିଜ୍ୟ ମେଳାରେ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ବର୍ଷର ଶ୍ରେଷ୍ଠ ମହିଳା ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା, ଛତିଶଗଡ, ଝାଡଖଣ୍ଡ ଏବଂ ସମଗ୍ର ଭାରତର ଗ୍ରାମୀଣ ଓ ଆଦିବାସୀ ଅଂଚଳରେ ୧୦ ନିୟୁତ ଲୋକଙ୍କ ଜୀବନକୁ ସାମାଜିକ କ୍ଷେତ୍ରରେ କରିଥିବା ପରିବର୍ତନରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିକାଗୋସ୍ଥିତ ଭାରତୀୟ ଦୂତାବାସ କନସୁଲ ଜେନେରାଲ ସୋମନାଥ ଘୋଷ ଯୋଗ ଦେଇଥିଲେ ।
ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷ ଭାବରେ ଜିନ୍ଦଲ କ୍ରମାଗତ ଭାବରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଏବଂ ସାମାଜିକ ଅନ୍ତର୍ଭୂକ୍ତୀକରଣ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।