ଦ୍ୱିତୀୟ ଦିନ ରାହୁଲଙ୍କୁ ପୁଣି ପଚରାଉଚରା କରୁଛି ED

ନୂଆଦିଲ୍ଲୀ: ନ୍ୟାଲନାଲ ହେରାଲଡ୍‌ ସମ୍ବାଦପତ୍ର ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲା ଯାଞ୍ଚରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଙ୍ଗଳବାର ଦ୍ୱିତୀୟ ଦିନ ପଚରାଉଚରା ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପଚରା ଉଚରା ଲାଗି ରାହୁଲ ଗାନ୍ଧି ସକାଳେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ଇଡି ଅଧିକାରୀମାନେ ତାଙ୍କୁ ମାମଲା ସମ୍ପର୍କିତ ଅନେକ ପ୍ରଶ୍ନ କରିଛନ୍ତି। ଏଥିରେ ଅଧିକାରୀମାନେ ଶେୟାର ପାଟର୍ଣ୍ଣକୁ ନେଇ ରାହୁଲଙ୍କୁ ପଚରା ଉଚରା କରିଥିବା ଜଣାପଡିଛି।

ଏଥିରେ ଅଧିକାରୀମାନେ ରାହୁଲଙ୍କୁ ଆସୋସିଏଟ ଜର୍ଣ୍ଣାଲ ଲିମିଟେଡର ସେୟାର କେଉଁ ଦରରେ କିଣିଛନ୍ତି ସେ ନେଇ ପଚରା ଉଚରା କରିଛନ୍ତି। ସେ ସେୟାର କେତେ ଦରରେ କିଣିଛନ୍ତି, ଏଜିଏଲରୁ ସେ ମୋଟ କେତେ ସେୟାର କିଣିଛନ୍ତି ଓ ଏଥିପାଇଁ ଦେୟ କିପରି ଓ କେଉଁ ଆକାଉଣ୍ଟରୁ ପୈଠ କରାଯାଇଥିଲା ସେ ନେଇ ଅଧିକାରୀମାନେ ପଚରା ଉଚରା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ ହେରାଲଡ୍‌ ସମ୍ବାଦପତ୍ର ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ରାହୁଲ ଗାନ୍ଧିଙ୍କୁ ଦ୍ୱିତୀୟ ଦିନ ପଚରା ଉଚରା କରୁଛି। ସୋମବାର ମାମଲାରେ ଇଡି ରାହୁଲଙ୍କୁ ୧୦ ଘଣ୍ଟାରୁ ଅଧିକା କାଳ ପଚରା ଉଚରା କରିଥିଲା। ପ୍ରଥମ ଥର ଇଡି ପଚରା ଉଚରାର ସମ୍ମୁଖୀନ ହୋଇଥିବା ରାହୁଲ ଗାନ୍ଧି ଅଧିକାଂଶ ପ୍ରଶ୍ନରେ ନିରବ ରହିଥିଲେ। ପଚରା ଉଚରାର ପ୍ରଥମ ଦିନରେ ତାଙ୍କୁ ୟଙ୍କ ଇଣ୍ଡିଆ ଓ ଏଜେଏଲ ସମ୍ପର୍କିତ ପ୍ରଶ୍ନ ପଚରା ଯାଇଥିଲା। ଏଥିରେ ୟଙ୍ଗ ଇଣ୍ଡିଆର ଆସେଟ ସମ୍ପର୍କରେ ରାହୁଲଙ୍କୁ ପଚରା ଯାଇଥିବା ଜଣାପଡିଛି।