ବ୍ରହ୍ମାସ୍ତ୍ର-୨ରେ ଦୀପିକା ପାଦୁକୋନଙ୍କ ଏଣ୍ଟ୍ରି

ମୁମ୍ୱାଇ ୧୯/୦୭ : ରିଲିଜ ଅପେକ୍ଷାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ରହ୍ମାସ୍ତ୍ର । ଏହା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଏହାର କ୍ରେଜ୍ ଦେଖିବାକୁ ମିଳିଲାଣି । ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଟ୍ରେଲରଟି ଖୁବ୍ ଜବରଦସ୍ତ ରେସପଣ୍ଡ ମିଳିଛି । ଏହି ଚଳଚ୍ଚିତ୍ରଟି ୩ ଭାଗରେ ମୁକ୍ତିଲାଭ କରିବ ।

ଏହି ବର୍ଷ କେବଳ ଏହାର ପ୍ରଥମ ଭାଗ ରିଲିଜ୍ ହୋଇଛି । ଯେଉଁଥିରେ ରଣବୀର କପୁର ଶିବ ଭୂମିକାରେ ନଜର ଆସିବେ ଏବଂ ଆଲିଆ ଭଟ୍ଟ ଇଶାଙ୍କ ଭୂମିକାରେ ନଜର ଆସିବେ । ତେବେ ଆଗମୀ ଭାଗରେ ଅର୍ଥାତ ବ୍ରହ୍ମାସ୍ତ୍ର-୨ରେ ଦୀପିକା ପାଦୁକୋନ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଥାଉକି, ଦୀପିକା ପାଦୁକୋନ୍ ବ୍ରହ୍ମାସ୍ତ୍ର-୨ର ଏକ ବିଶେଷ ଅଂଶ ହେବାକୁ ଯାଉଛନ୍ତି । ସେ ପାର୍ବତୀ ଭୂମିକାରେ ଅଭିନୟ କରିବାକୁ ନଜର ଆସିବେ । ପ୍ରଥମ ଭାଗରେ ଶିବ ଏବଂ ଇଶାଙ୍କ କାହାଣୀ ପ୍ରଦର୍ଶିତ ହୋଇଥିବାବେଳେ ଦ୍ୱିତୀୟ ଭାଗରେ ଦେବ ଏବଂ ପାର୍ବତୀ ଏଥିରେ ଯୋଗଦେବେ ।