ଆଲୋକର ପର୍ବ ଦୀପାବଳୀ

ଚଳିତ ବର୍ଷ ଦୀପାବଳୀ ନଭେମ୍ବର ୧୨ ତାରିଖରେ ପାଳନ କରାଯାଉଛି।

ଭିନ୍ନ ଧର୍ମରେ ଭିନ୍ନ ମାହାତ୍ମ୍ୟ

ଆଲୋକର ପର୍ବ ଦୀପାବଳୀ। ଅନ୍ଧାର ଉପରେ ଆଲୋକ ଓ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ ଦୀପାବଳୀ।

ଭାରତ ବର୍ଷରେ ଦୀପାବଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ। ଭାରତୀୟ ହିନ୍ଦୁମାନଙ୍କ ପାଇଁ ଏହି ପର୍ବ ଅନେକ ମହତ୍ତ୍ୱ ରଖିଥାଏ। ଦୀପାବଳି ହିନ୍ଦୁମାନଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ପର୍ବ ହୋଇଥିବା ବେଳେ ଅନ୍ୟାନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ମଧ୍ୟ ଆଡମ୍ବର ସହକାରେ ପାଳନ କରିଥାନ୍ତି। ଶିଖ୍, ଜୈନ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ଏହାକୁ ପାଳନ କରନ୍ତି।

ଦକ୍ଷିଣ ଭାରତରେ ଦୀପାବଳି ଭଗବାନ ଶ୍ରୀକୃଷ୍ଣଙ୍କ ରାକ୍ଷସ ନରକଙ୍କୁ ବିନାଶ କରିବାର ବିଜୟକୁ ପାଳନ କରିଥାଏ, ଯିଏ କି ମହିଳାମାନଙ୍କୁ ବନ୍ଦୀ କରି ରଖିଥିଲେ ଏବଂ ତାଙ୍କ ପ୍ରଜାମାନଙ୍କୁ ନିର୍ଯାତନା ଦେଇଥିଲେ ବୋଲି କୁହାଯାଏ।ଦକ୍ଷିଣ ଭାରତରେ ଅନେକ ଲୋକ ଶାରୀରିକ ଏବଂ ଆଧ୍ୟାତ୍ମିକ ଶୁଦ୍ଧିର ଏକ ରୂପ ଭାବରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରନ୍ତି।

ଉତ୍ତର ଭାରତରେ ଦୀପାବଳିରେ ଭଗବାନ ରାମ, ତାଙ୍କ ପତ୍ନୀ ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ଜଙ୍ଗଲରେ ୧୪ ବର୍ଷର ବନବାସରୁ ବିଜୟୀ ପ୍ରତ୍ୟାବର୍ତ୍ତନକୁ ସମ୍ମାନିତ କରାଯାଏ। ଉତ୍ତର ଭାରତରେ ଧନ ଓ ସମୃଦ୍ଧିର ପ୍ରତୀକ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଏକ ନିୟମ।
ଦୀପାବଳି ରାତିରେ ଯିଏ ଜୁଆ ଖେଳିବ ସେ ବର୍ଷସାରା ସମୃଦ୍ଧ ହେବ ବୋଲି ବିଶ୍ୱାସ ଥିବାରୁ ଜୁଆ ଖେଳ ଏଠାରେ ଏକ ଲୋକପ୍ରିୟ ପରମ୍ପରା। ଅନେକ ଲୋକ ଦୀପାବଳିର ପ୍ରଥମ ଦିନରେ ସୁନା କିଣନ୍ତି, ଯାହାକୁ ଧନତେରସ କୁହାଯାଏ – ଏହି କାର୍ଯ୍ୟ ସେମାନଙ୍କ ପାଇଁ ସୌଭାଗ୍ୟ ଆଣିବ ବୋଲି ସେମାନେ ବିଶ୍ୱାସ କରନ୍ତି।

ଅନ୍ୟ ଧର୍ମ ତଥା ବୌଦ୍ଧ, ଜୈନ ଏବଂ ଶିଖମାନେ ଭିନ୍ନ ଭାବରେ ଦୀପାବଳୀ ପାଳନ କରନ୍ତି।

ମହାନ ଶିକ୍ଷକମାନଙ୍କ ମଧ୍ୟରୁ ମହାବୀର ନିର୍ବାଣ ପ୍ରାପ୍ତ କରିଥିବା ଦିନକୁ ଜୈନମାନେ ଦୀପାବଳି ଭାବେ ପାଳନ କରନ୍ତି, ଯାହା ଜନ୍ମ, ମୃତ୍ୟୁ ଏବଂ ପୁନର୍ଜନ୍ମ ଚକ୍ରରୁ ମୁକ୍ତି ଅଟେ।

ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଦ୍ୱାରା ୧୨ ବର୍ଷ ଧରି ଜେଲରେ ଥିବା ଗୁରୁ ହରଗୋବିନ୍ଦଙ୍କ ମୁକ୍ତି ସ୍ମୃତିରେ ଶିଖମାନେ ବନ୍ଦୀ ଛୋର ଦିବସ ପାଳନ କରନ୍ତି।

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଶାସନ କରୁଥିବା ହିନ୍ଦୁ ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ବୌଦ୍ଧ ଧର୍ମାବଲମ୍ବୀମାନେ ସେହି ଦିନକୁ ଦୀପାବଳୀ ଭାବେ ପାଳନ କରନ୍ତି।

ଯେହେତୁ ଏହା ଆଲୋକର ପର୍ବ, ତେଣୁ ଏହି ଦିନରେ ଦୀପ ଓ ଆଲୋକମାଳାରେ ଘରକୁ ସଜାଇ ବାଣଫୁଟାଇ ଲୋକମାନେ ମଉଜ କରିଥାନ୍ତି। ଏହା ସହ ବନ୍ଧୁ ଏବଂ ପରିବାର ମଧ୍ୟରେ ମିଠା ଓ ଉପହାର ଆଦାନ ପ୍ରଦାନ କରାଯାଏ।