ଦେଶ ମାତୃକା ର ସେବା କରିବେ ଅଗ୍ନିବୀର

ଦେଶ ମାତୃକା ର ସେବା କରିବେ ଅଗ୍ନିବୀର

 

ଅଗ୍ନିବୀର ହେବେ ଭାରତୀୟ ଯୁବକ।ଅଗ୍ନିପଥ’ ମାଧ୍ୟମରେ ନିଜକୁ ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ କରିବେ। ସେନାରେ ଯୋଗ ଦେବା ପାଇଁ ଇଚ୍ଛୁକ ଯୁବ ପିଢୀ ପାଇଁ ମୋଦି ସରକାର ଆଣିବାକୁ ଯାଉଛନ୍ତି ନୂଆ ସୁଯୋଗ, ‘ଅଗ୍ନିପଥ ସ୍କିମ୍। ସେନା ରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି । ଏଥିରେ ଯୁବକମାନଙ୍କୁ ସ୍ୱଳ୍ପ ଅବଧିର ଚାକିରିର ସୁଯୋଗ ମିଳିବ । ଏହି ଯୋଜନାରେ ଯୁବଶକ୍ତି ସଶସ୍ତ୍ର ବାହିନୀରେ ଯୋଗ ଦେଇ ଦେଶର ସେବା କରିପାରିବେ। ଏଥିପାଇଁ ଆବେଦନକାରୀଙ୍କ ବୟସ ସାଢେ ୧୭ବର୍ଷରୁ ୨୧ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ନାମାଙ୍କନ ସେବା ଅଧିନିୟମରେ ୪୫ହଜାର ଯୋଗ୍ୟ ପ୍ରାର୍ଥୀ ୪ବର୍ଷ ଚାକିିରି କରି ପାରିବେ । ଯୋଗ୍ୟତା ଓ ୪ ବର୍ଷର ସେବା କାଳରେ ପ୍ରଦର୍ଶନ କରିଥିବା ଦକ୍ଷତା ଆଧାର କେନ୍ଦ୍ରୀୟ ଓ ପାରଦର୍ଶିତାର ମୂଲ୍ୟାୟନ ହେବ । ଏହି ଯୋଜନାରେ ଚୟନ ହୋଇଥିବା ଯୋଗ୍ୟ ପ୍ରାର୍ଥିଙ୍କୁ ଅଗ୍ନିବୀର କୁହାଯିବ।

ଏହି ନୂତନ ଯୋଜନା ଦ୍ବାରା ନିଯୁକ୍ତି ପାଉଥିବା ଯୁବକମାନେ ପ୍ରଥମେ ତିନି ବର୍ଷ ପାଇଁ ସୈନିକ ଭାବେ ଭାରତୀୟ ସେନାରେ ଯୋଗ ଦେବେ। ସେମାନଙ୍କୁ ତାଲିମ ଦିଆଯାଇ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯିବ । ତିନି ବର୍ଷର କାର୍ୟ୍ୟକାଳ ସାରିଲା ପରେ, କିଛି ସୁଦକ୍ଷ ଅଗ୍ନିବୀରମାନଙ୍କୁ ସେନାରେ ଆଗକୁ ସେବା କରିବାକୁ ସୁଯୋଗ ମିଳିବ । ବାକି ‘ଅଗ୍ନିବୀର’ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଁ ସହାୟତା କରାଯିବ । ‘ଅଗ୍ନିପଥ ସ୍କିମ୍’ ଦ୍ବାରା ପ୍ରତିରକ୍ଷା ବାହିନୀ ମଧ୍ୟ ନିର୍ଦ୍ଦିଷ୍ଟ କାର୍ୟ୍ୟ ପାଇଁ ବିଶେଷଜ୍ଞ ନିଯୁକ୍ତି କରିବାର ବିକଳ୍ପ ପାଇବେ। ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଭରପୁର ରହିବ । ଏବେଠାରୁ ଅନେକ ପ୍ରାଇଭେଟ କମ୍ପାନୀ ଏହି ‘ଅଗ୍ନିବୀର’ଙ୍କ ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କରିଲେଣି। ତିନି ବର୍ଷର ପ୍ରତିରକ୍ଷା ସେବା ପରେ ‘ଅଗ୍ନିବୀର’ ମାନଙ୍କୁ ପ୍ରାଇଭେଟ କମ୍ପାନୀମାନେ ଚାକିରି ମିଳିପାରିବ

ଅଗ୍ନିବୀର ପ୍ରାପ୍ତ କରିଥିବା କୌଶଳ ପାଇଁ ସେମାନଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ । ଗତ କିଛି ବର୍ଷ ଧରି ପ୍ରତିରକ୍ଷା ବିଭାଗକୁ ଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଭାରତୀୟ ସେନାକୁ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା କରିବାକୁ ଅଗ୍ନିପଥ ଯୋଜନା ପ୍ରଣୟନ ହେଉଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।
ତେବେ ପ୍ରାରମ୍ଭରେ ଅଗ୍ନିପଥ ଯୋଜନା କେବଳ ଭାରତୀୟ ସେନା ବାହିନୀ ପାଇଁ ଲାଗୁ ହେବ । ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ବାୟୁସେନା ଓ ନୌସେନାରେ ନିଯୁକ୍ତି ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ ।