ମେ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ

ସିଏଚ୍ଏସଇ ଦ୍ୱାରା ମେ ୧୫ ସୁଦ୍ଧା ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ।

ଅନଲାଇନରେ ଓଡ଼ିଆ ଭାଷାର ମୂଲ୍ୟାୟନ

ଭୁବନେଶ୍ବର, ୨୭/୦୨/୨୦୨୪: ମେ ୧୫ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରୀକ୍ଷା ଫଳ ପ୍ରକାଶ କରିବ।

ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉତ୍ତର ଖାତା ମୂଲ୍ୟାୟନ ଦୁଇଟି ପର୍ଯ୍ୟାୟରେ କରାଯିବ। ମାର୍ଚ୍ଚ ୨୦ରେ ଯୁକ୍ତ ୨ ପରୀକ୍ଷା ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟ ଉତ୍ତର ଖାତା ମୂଲ୍ୟାୟନ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୪ରୁ ଏପ୍ରିଲ ୧୫ ମଧ୍ୟରେ ହେବ।

ଉତ୍ତର ଖାତା ମୂଲ୍ୟାୟନ ପାଇଁ ୧୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଆ, ବିଜ୍ଞାନ, ବାଣିଜ୍ୟ ଓ ଅନ୍ୟାନ୍ୟ ଭାଷାର ମୂଲ୍ୟାୟନ ଅନଲାଇନରେ କରାଯିବ। କଳା ଓ ଧନ୍ଦାମୂଳକ ବିଷୟର ମୂଲ୍ୟାୟନ ଅଫଲାଇନରେ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।