ଭୁବନେଶ୍ବରରେ ବିଲ୍ ଗେଟ୍ସ

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଭୁବନେଶ୍ୱରରେ ମା' ମଙ୍ଗଳା ବସ୍ତି ଗସ୍ତ କରି ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।

ମା’ ମଙ୍ଗଳା ବସ୍ତି ଗସ୍ତ କରିଛନ୍ତି ଗେଟ୍ସ

ଭୁବନେଶ୍ବର, ୨୮/୦୨/୨୦୨୪: ମାଇକ୍ରୋସଫ୍ଟ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗେଟ୍ସ ନୀଳାଦ୍ରି ବିହାର ସ୍ଥିତ ମା’ ମଙ୍ଗଳା ବସ୍ତି ଗସ୍ତ କରିଛନ୍ତି।

ବସ୍ତିରେ ବିଲ୍ ଗେଟ୍ସ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ମୁକ୍ତା ଓ ଜାଗା ମିଶନ ସମେତ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।

ମା’ ମଙ୍ଗଳା ବସ୍ତି ଗସ୍ତ ସମୟରେ ଗେଟ୍ସଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥାନନ ଏବଂ ଓଡ଼ିଶା ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କୃଷି କ୍ଷେତ୍ରରେ ଡାଟା ମ୍ୟାନେଜମେଣ୍ଟର ଅଧିକ ବ୍ୟବହାର ଓ କ୍ଷୁଦ୍ର କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ୨୦୧୭ରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ଏମ୍ଓୟୁ ଆଧାରରେ ବିଲ୍ ଗେଟ୍ସ ଓଡ଼ିଶା ଆସିଛନ୍ତି।