ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଅଶ୍ୱିନୀ, ଶୁଭାଶିଷ ଓ ଦେବାଶିଷ

ଆଜି ନୂତନ ସଂସଦ ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଶପଥ ପାଠ କରାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, ୦୪/୦୪/୨୦୨୪: ନୂଆଦିଲ୍ଲୀର ନୂତନ ସଂସଦ ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ସାଂସଦ ମାନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମିଶାଇ ମୋଟ ୧୪ ଜଣ ସାଂସଦ ଆଜି ଶପଥ ପାଠ କରିଛନ୍ତି। ଉପରାଷ୍ଟ୍ରପତି ସମସ୍ତ ସାଂସଦଙ୍କୁ ଶପଥ ପାଠ କରାଇଛନ୍ତି।

ସୋନିଆ ଗାନ୍ଧୀ ପ୍ରଥମ ଥର ରାଜସ୍ଥାନରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ବ୍ୟତୀତ ଓଡ଼ିଶାରୁ ମଧ୍ଯ ଆଉ ୨ ଜଣ ବିଜେଡି ସଦସ୍ଯ ସାଂସଦ ଭାବେ ଶପଥ ନେଇଛନ୍ତି।

ଆଜି ଶପଥ ଗ୍ରହଣ କରିଥିବା ରାଜ୍ୟସଭା ସାଂସଦଙ୍କ ସମ୍ପୂର୍ଣ୍ଣ ତାଲିକା:
୧) ସୋନିଆ ଗାନ୍ଧି (କଂଗ୍ରେସ) – ରାଜସ୍ଥାନ
୨) ମଦନ ରାଠୋର (ବିଜେପି) – ରାଜସ୍ଥାନ
୩) ଅଶ୍ୱିନୀ ବୈଷ୍ଣବ (ବିଜେପି) – ଓଡ଼ିଶା
୪) ଶୁଭାଶିଷ ଖୁଣ୍ଟିଆ (ବିଜେଡି) – ଓଡ଼ିଶା
୫) ଦେବାଶିଷ ସାମନ୍ତରାୟ (ବିଜେଡି) – ଓଡ଼ିଶା
୬) ଆରଏନପି ସିଂହ (ବିଜେପି) – ଉତ୍ତରପ୍ରଦେଶ
୭) ସାମିକ ଭଟ୍ଟାଚାର୍ଯ୍ୟ (ବିଜେପି) – ପଶ୍ଚିମବଙ୍ଗ
୮) ସଞ୍ଜୟ କୁମାର ଝା (ଜେଡିୟୁ) – ବିହାର
୯) ଅଜୟ ମାକନ (କଂଗ୍ରେସ) – କର୍ଣ୍ଣାଟକ
୧୦) ସୟଦ ନସିର ହୁସେନ (କଂଗ୍ରେସ) – କର୍ଣ୍ଣାଟକ
୧୧) ଗୋଲା ବାବୁରାଓ (ୱାଇଏସଆରସିପି) – ତେଲେଙ୍ଗାନା
୧୨) ମେଦା ରଘୁନାଧ ରେଡ୍ଡୀ (ୱାଇଏସଆରସିପି) – ତେଲେଙ୍ଗାନା
୧୩) ୟେରାମ ଭେଙ୍କଟ ସୁବ୍ବା ରେଡ୍ଡୀ (ୱାଇଏସଆରସିପି) – ତେଲେଙ୍ଗାନା
୧୪) ରବି ଚନ୍ଦ୍ର ଭଦ୍ଦିରାଜୁ (ବିଆରଏସ୍) – ତେଲେଙ୍ଗାନା