ରାଜଧାନୀରେ ନିଆଁ ବର୍ଷୁଛି

ୟେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି।

ଭୁବନେଶ୍ୱର ତାପମାତ୍ରା ୪୪ ପାର

ଭୁବନେଶ୍ବର, ୦୫/୦୪/୨୦୨୪: ଅସହ୍ୟ କରୁଛି ତାତି! ଛଟପଟ ହେଉଛନ୍ତି ଲୋକେ। ହିଟ୍ ୱେଭ ଯୋଗୁଁ ଖରା ପ୍ରବଳ ହେଉଛି। ସକାଳ ୧୦ଟା ପର ଠାରୁ ଆଉ ବାହାରକୁ ବାହାରି ହେଉନି। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଦିନ ସାଢେ ୧୧ଟା ବେଳକୁ ଭୁବନେଶ୍ବର ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ୨ଟା ବେଳେ ଆହୁରି ଅଧିକ ବଢିଛି ତାତି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ ୪୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

ରାଜଧାନୀରେ ଯେପରି ନିଆଁ ବର୍ଷା ହେଉଛି। ଚଳିତ ବର୍ଷର ଗ୍ରୀଷ୍ମ ଋତୁରେ ଆଜି ପ୍ରଥମ ଥର ତାପମାତ୍ରା ସର୍ବାଧିକ ରହିଛି। ଭୁବନେଶ୍ବରରେ ୫୦ରୁ ୬୦ ଡିଗ୍ରୀ ତାପମାତ୍ରା ଭଳି ଅନୁଭୂତ ହେଉଛି। ସେହିପରି କେନ୍ଦୁଝରରେ ତାପମାତ୍ରା ୪୪.୭ ଡିଗ୍ରୀ ରହିଛି।ଉତ୍ତର-ପଶ୍ଚିମ ଓ ପଶ୍ଚିମ ଝାଞ୍ଜି ପବନ ଯୋଗୁଁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବା ସହ କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଝାରସୁଗୁଡ଼ାରେ ୩୮ ଡିଗ୍ରୀ ସେଲସିୟସ, ବାଲେଶ୍ୱରରେ ୩୮ ଡିଗ୍ରୀ ସେଲସିୟସ, ରାଉରକେଲାରେ ୩୭.୮ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୩୭.୪ ଡିଗ୍ରୀ ସେଲସିୟସ, ହୀରାକୁଦରେ ୩୭.୬ ଡିଗ୍ରୀ ସେଲସିୟସ, ପୁରୀରେ ୩୨.୪ ଡିଗ୍ରୀ ସେଲସିୟସ, ପାରାଦୀପରେ ୩୨ ଡିଗ୍ରୀ ସେଲସିୟସ ଓ ଗୋପାଳପୁରରେ ୩୧.୮ ଡିଗ୍ରୀ ସେଲସିୟସ ରହିଛି। ସେହିପରି ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ଢେଙ୍କାନାଳ ଆଦି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।