ବିଜେଡି ଗଢିଲା ଇସ୍ତାହାର କମିଟି

ଇସ୍ତାହାର କମିଟିରେ ୩୮ ଜଣଙ୍କୁ ସଦସ୍ୟତା ମିଳିଛି।

ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ, ଅମର ପଟ୍ଟନାୟକ ଆବାହକ

ଭୁବନେଶ୍ୱର, ୧୦/୦୪/୨୦୨୪: ଆଜି ଇସ୍ତାହାର କମିଟି ଗଠନ କଲା ବିଜେଡି। ନିର୍ବାଚନ ଇସ୍ତାହାର କମିଟିରେ ୩୮ ଜଣ ସଦସ୍ୟ ଅଛନ୍ତି। ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ।ଏହା ସହ ୬ ଜଣ ସହ-ଅଧ୍ୟକ୍ଷ ରହିଛନ୍ତି। ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ପ୍ରମୁଖ ସହ-ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସେହିପରି ଆବାହକ ଭାବେ ସାଂସଦ ଅମର ପଟ୍ଟନାୟକ ଓ ସହ ଆବାହକ ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ୩ ଜଣ ପ୍ରବାସୀ ଓଡ଼ିଶା ବିଶେଷଜ୍ଞଙ୍କୁ କମିଟିରେ ସ୍ଥାନ ମିଳିଛି। ସମାଜର ପ୍ରତ୍ୟେକ ବର୍ଗକୁ ଗୁରୁତ୍ୱ ଦିଆଯିବ। ତେଣୁ ଏମାନେ ସମାଜର ବିଭିନ୍ନ ବର୍ଗଙ୍କ ମତାମତ ସଂଗ୍ରହ କରିବେ। ନବୀନ ଓଡ଼ଶା ସଶକ୍ତ ଓଡ଼ିଶା ପାଇଁ ଇସ୍ତାହାର ଆଣିବ ବିଜେଡି।