୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଏଆଇସିସି ଲୋକସଭା ଆସନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଭୁବନେଶ୍ବର ପାଇଁ ୟାସିର ନୱାଜ ମନୋନୀତ

ଭୁବନେଶ୍ୱର,୧୩/୦୪/୨୦୨୪: ଓଡ଼ିଶାର ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଏଆଇସିସି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାରୁ ଲୋକସଭା ନିର୍ବାଚନ ପାଇଁ ନିମ୍ନଲିଖିତ ୯ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛି।

କେନ୍ଦୁଝର (ଏସ୍ ଟି): ମୋହନ ହେମ୍ବ୍ରମ

ବାଲେଶ୍ୱର: ଶ୍ରୀକାନ୍ତ କୁମାର ଜେନା

ଭଦ୍ରକ (ଏସ୍ ସି): ଅନନ୍ତ ପ୍ରସାଦ ସେଠୀ

ଯାଜପୁର (ଏସ୍ ସି): ଆଞ୍ଚଲ ଦାସ

ଢେଙ୍କାନାଳ: ସସ୍ମିତା ବେହେରା

କେନ୍ଦ୍ରାପଡ଼ା: ସିଦ୍ଧାର୍ଥ ସ୍ୱରୂପ ଦାସ

ଜଗତସିଂହପୁର (ଏସ୍ ସି): ରବୀନ୍ଦ୍ର କୁମାର ସେଠୀ

ପୁରୀ: ସୁଚରିତା ମହାନ୍ତି

ଭୁବନେଶ୍ୱର: ୟାସିର ନୱାଜ