ମହିଳା କର୍ମୀଙ୍କୁ ବିଜେପିର ଅପବ୍ୟବହାର

ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ମହିଳାମାନଙ୍କୁ ବିଜେପି ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେଡି।

ସିଇଓଙ୍କ ନିକଟରେ ବିଜେଡ଼ି ଫେରାଦ

ଭୁବନେଶ୍ବର, ୧୪/୦୪/୨୦୨୪: ଲଗାତାର କିଛି ଦିନ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହେଉଛି ବିଜେପି। ଆଜି ପୁଣି ବିଜେପି ନେତା ଓ ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ କରି ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି। ଆଶା, ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ମହିଳାମାନଙ୍କୁ ବଦନାମ ଓ ଭୟଭୀତ କରିବା ଅଭିଯୋଗରେ ଓଡ଼ିଶା ବିଜେପି ନେତା ଓ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ବିଜେଡି ଅଭିଯୋଗ କରିଛି ଯେ, ବିଜେପି କର୍ମୀ ଓ ପ୍ରାର୍ଥୀମାନେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ମହିଳାମାନଙ୍କୁ ବିଜେପିକୁ ସମର୍ଥନ କରିବା ପାଇଁ ବାଧ୍ୟ କରୁଛି। ଯଦି ସେମାନେ ସମର୍ଥନ ନକରନ୍ତି ତାହାଲେ ଚାକିରି ହରାଇବାର ଭୟ ଦେଖାଉଛନ୍ତି। ଏହା ସେମାନଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ ଏବଂ ଧମକ ଦେଇ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାର ପ୍ରୟାସ। ଏହି କାର୍ଯ୍ୟ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ଏବଂ ମହିଳାମାନଙ୍କ ପ୍ରତି ବିଜେପି ସଦସ୍ୟଙ୍କ ସମ୍ମାନର ଅଭାବକୁ ଦର୍ଶାଉଛି ବୋଲି ବିଜେଡ଼ି ନିର୍ବାଚନ କମିଶନଙ୍କୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି କର୍ମୀମାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛି।