ଓଡ଼ିଶାରେ ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ

ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଘଟିଛି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚିନ୍ତାର କାରଣ

ବାଲେଶ୍ୱର, ୧୯/୦୪/୨୦୨୪: ବାଲଶ୍ୱର ଜିଲ୍ଲାରେ ରାଜ୍ୟର ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଘଟିଛି। ଭୋଗରାଇ ତହସିଲ ଅନ୍ତର୍ଗତ ମହେଶପୁରର ଲକ୍ଷ୍ମୀକାନ୍ତ ସାହୁ(୬୨)ଙ୍କ ଏପ୍ରିଲ ୧୫ ତାରିଖରେ ଅଂଶୁଘାତରେ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ବୋଲି ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ବଲାଙ୍ଗୀରର ତ୍ରିନାଥ ବକୁଳ ଓ ଗଞ୍ଜାମର ସୁରେନ୍ଦ୍ର ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲେ ହେଁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସନ୍ ଷ୍ଟ୍ରୋକ୍ ଯୋଗୁଁ ମୃତ୍ୟୁ ହୋଇନଥିବା ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚିନ୍ତାର କାରଣ ପାଲଟିଛି। ଟ୍ୱିନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରି ଉପରେ ରହିଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ଯେ, ଓଡ଼ିଶାରେ ହିଟ୍ ଷ୍ଟ୍ରୋକ୍ ଯୋଗୁଁ ୮ ଜଣ ପ୍ରଭାବିତ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୫ ଜଣ, ମୟୂରଭଞ୍ଜରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଓ ଭୁବନେଶ୍ବରରୁ ଜଣେ ଆକ୍ରାନ୍ତ ହୋଇଛନ୍ତି।