ନାମାଙ୍କନପତ୍ର ଦାଖଲ କଲେ ଅମିତ ଶାହ

ଆଜି ବରିଷ୍ଠ ବିଜେପି ନେତା ଅମିତ ଶାହ ଗାନ୍ଧିନଗର ଆସନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଉପସ୍ଥିତ

ନୂଆଦିଲ୍ଲୀ, ୧୯/୦୪/୨୦୨୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ସାଧାରଣ ନିର୍ବାଚନରେ ଗାନ୍ଧୀନଗର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଅମିତ ଶାହା କହିଛନ୍ତି ଯେ ଏହି ଆସନରୁ ଲାଲକୃଷ୍ଣ ଆଡଭାନୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭଳି ବିଜେପିର ବରିଷ୍ଠ ନେତାମାନେ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ। ଅମିତ ଶାହଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟର ସମସ୍ତ ନିର୍ବାଚନ ମଣ୍ଡଳୀରେ ମେ’ ୭ତାରିଖରେ ମତଦାନ ହେବ। ଜୁନ୍ ୪ତାରିଖରେ ଭୋଟ ଗଣତି ହେବ।