ଦଳୀୟ ପ୍ରଚାରରେ ସାମିଲ ହେବେ ଅମିତ ଶାହ

ଓଡିଶାର ସୋନପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ।

ଖୁବ ଶୀଘ୍ର ଆସିବେ ଓଡ଼ିଶା

ଭୁବନେଶ୍ବର, ୨୧/୦୪/୨୦୨୪: ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପ୍ରଚାର ପାଇଁ ବ୍ୟସ୍ତ। ଓଡ଼ିଶାରେ ବିଜେପି ପାଇଁ ପ୍ରଚାରରେ ସାମିଲ ହେବେ ବରିଷ୍ଠ ନେତା ଅମିତ ଶାହ। ଅମିତ ଶାହ ଖୁବ ଶୀଘ୍ର ଓଡିଶା ଆସିବେ। ଆସନ୍ତା ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋନପୁରରେ ପହଞ୍ଚିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ପ୍ରଚାର ଅଭିଯାନରେ ଶାହ ଅପରାହ୍ନରେ ସୋନପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ। ସୋନପୁରରୁ ଶାହା ଭୁବନେଶ୍ୱର ଯାଇ ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ରହି ୨୬ ତାରିଖ ସକାଳେ ଦିଲ୍ଲୀ ଫେରିଯିବେ।