୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ସାଲେପୁରରେ ରାହୁଲଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ନେଇ ରାହୁଲ ଓଡ଼ିଶା ଆସିବେ।

ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା

ଭୁବନେଶ୍ବର, ୨୨/୦୪/୨୦୨୪: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ୨୮ରେ ଓଡ଼ିଶା ଆସି ସାଲେପୁର ଗସ୍ତ କରିବେ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ସାଲେପୁରରେ ରାହୁଲଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା ମେ’ ୩ ଓ ୪ ତାରିଖରେ ରାହୁଲ ରାୟଗଡ଼ା ଗସ୍ତରେ ଆସିବେ ବୋଲି ଦଳୀୟ ନେତା ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ରାୟଗଡ଼ାରେ ମଧ୍ୟ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି।