ମେ ୨୯ ସୁଦ୍ଧା ପ୍ରଚାର କରିବେ ନବୀନ

ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩୬ଟି ସ୍ଥାନରେ ପ୍ରଚାର କରିବେ।

ଭୋଟ ଭିକ୍ଷା ପାଇଁ ଆଜିଠୁ ଆରମ୍ଭ ଅଭିଯାନ

ଭୁବନେଶ୍ବର, ୨୪/୦୪/୨୦୨୪: ଭୋଟ ଭିକ୍ଷା ପାଇଁ ଆଜିଠୁ ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି ସାଧାରଣ ସଭାରେ ଗଞ୍ଜାମର ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ।

ସେହିପରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ପାଇଁ ଆସନ୍ତା ୨୯ ତାରିଖ ସୁଦ୍ଧା ୩୬ଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ନବୀନ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଓଡ଼ିଶାର ୧୦୨ଟି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ରାଲି କରିବେ।