ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା

ମୋଦୀଙ୍କ ତୃତୀୟ ପାଳି ସରକାରରେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ କିନ୍ନର ଓ ବୟସ୍କ

ଓଡ଼ିଶା ମାଟିରେ ମାଟିର ପୁଅକୁ ନେତା କରିବାକୁ ସମସ୍ତେ ସଂକଳ୍ପ ନିଅନ୍ତୁ

ଗଞ୍ଜାମ/ବ୍ରହ୍ମପୁର, ୨୮/୦୪/୨୦୨୪: ଓଡ଼ିଶା ମାଟିରେ ମାଟିର ପୁଅକୁ ନେତା କରିବାକୁ ସମସ୍ତ ଓଡ଼ିଶା ଜନ ସାଧାରଣ ସଂକଳ୍ପ ନିଅନ୍ତୁ ବୋଲି କହି ବିଜୁ ଜନତା ଦଳର ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ଏହା ସହିତ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଓଡ଼ିଶାକୁ ଗୁରୁତ୍ଵ ଦେଉଥିବା ସହ ବିପୁଳ ପରିମାଣର ଅର୍ଥ ପ୍ରଦାନ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ତାହାକୁ ବାଟ ମାରଣା କରୁଥିବା ସେ କହିଛନ୍ତି। ରବିବାର ବ୍ରହ୍ମପୁର ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ନଡ୍ଡା ଏହିପରି କହିଛନ୍ତି। ଏହି ନିର୍ବାଚନୀ ପ୍ରଚାର ସଭାରେ ସେ ପ୍ରଥମେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଆଜି ମଧୁବାବୁଙ୍କ ଜନ୍ମ ଜୟନ୍ତୀ ହୋଇଥିବା ବେଳେ ସ୍ବତନ୍ତ୍ର ଓଡ଼ିଶା ନିର୍ମାଣରେ ତାଙ୍କର ଭୂମିକାକୁ ପ୍ରଶଂସା କରିବା ସହ ପ୍ରଣାମ କରିଥିଲେ। ଏହା ସହ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କୁ ପ୍ରଶଂସା କରିବା ସହ ପ୍ରଣାମ କରିଥିଲେ। ଆଜିର ସଭାରେ ଲୋକଙ୍କ ଉତ୍ସାହ ଦେଖି ସ୍ପଷ୍ଟ ହେଉଛି ଦଳୀୟ ସାଂସଦ ଓ ବିଧାୟକଙ୍କୁ ଜିତାଇବେ ବୋଲି ସେ କହିଛନ୍ତି। ଯେଉଁ ବିକାଶ ମୋଦୀ ଦିଲ୍ଲୀରେ କରୁଛନ୍ତି ତାହା ଓଡ଼ିଶାରେ କରିବା ପାଇଁ ପଦ୍ମ ଫୁଟିବାର ଆବଶ୍ୟକତା ରହିଛି। ଭାରତର ସଂସ୍କୃତିକୁ ସେ ଉଚ୍ଚ ସ୍ତରକୁ ନେଇଛନ୍ତି। ଏଠାରେ ରାଜନୀତି ଭ୍ରଷ୍ଟାଚାରଙ୍କ ହାତରେ ଶାସନ କ୍ଷମତା ରହିଛି। ଆଜି ଦୁନିଆ ମୋଦୀଙ୍କ ଶାସନକୁ ନେଇ ଭାରତ ବଦଳୁଛି ଓ ବିକଶିତ ହୋଇଛି ବୋଲି କହୁଛନ୍ତି। ସାରା ବିଶ୍ୱରେ ଅର୍ଥନୀତି ଋଷିଆ ଏବଂ ୟୁକ୍ରେନ ଯୁଦ୍ଧରେ ଥର ହର ହୋଇଥିଲା। କେବଳ ଭାରତର ଅର୍ଥନୀତି ସ୍ଥିର ରହିଥିଲା। ପୂର୍ବରୁ ବିଶ୍ୱରେ ଭାରତ ୧୧ ନମ୍ୱର୍ ଅର୍ଥନୈତିକ ରାଷ୍ଟ୍ର ରହିଥିବା ବେଳେ ବର୍ତ୍ତମାନ ୫ ନମ୍ବର ଅର୍ଥ ନୈତିକ ବ୍ୟବସ୍ଥାରେ ରହିଛି। ଆଗାମୀ ନିର୍ବାଚନ ଜିତିବା ପରେ ୨ ବର୍ଷ ମଧ୍ୟରେ ତୃତୀୟ ଅର୍ଥନୀତିରେ ପହଞ୍ଚିବ। ଭାରତ ବର୍ତ୍ତମାନ ୧୨୮ ପ୍ରତିଶତ ଔଷଧ କ୍ଷେତ୍ରରେ ବାହାର ଦେଶକୁ ରପ୍ତାନି କରୁଥିବା ବେଳେ ଅଟୋମୋବାଇଲ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ପେଟ୍ରୋ କେମିକାଲ ରପ୍ତାନିରେ ୧୦୬ ପ୍ରତିଶତ ବଢିଛି। ମୋବାଇଲ କ୍ଷେତ୍ରରେ ମଧ୍ୟ ବହୁ ବିକାଶ ହୋଇଛି। ଯେଉଁ ସବୁ ମୋବାଇଲ ପୂର୍ବରୁ ବାହାର ଦେଶରେ ନିର୍ମାଣ ହେଉଥିଲା ତାହା ବର୍ତ୍ତମାନ ଭାରତରେ ନିର୍ମାଣ ହୋଇଛି ଏପରିକି ଆପଲ୍ ମୋବାଇଲ ଭାରତରେ ନିର୍ମାଣ ହେଉଛି। ଗ୍ରାମ ମାନଙ୍କରେ ପକ୍କା ସଡ଼କ ପହଞ୍ଚି ପାରିଛି। ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତକୁ ୨୦ ବର୍ଷ ତଳେ ୨ରୁ ୩ ଲକ୍ଷ ଟଙ୍କା ମିଳୁଥିଲା ବର୍ତ୍ତମାନ ଏହା ବୃଦ୍ଧି ଘଟି ୩ ରୁ ୫ କୋଟିରେ ପହଞ୍ଚିଛି। ସାରା ଦେଶରେ ୮୦ କୋଟି ଲୋକଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ ୩୨ ଲକ୍ଷ ଲୋକ ଏହା ଦ୍ବାରା ଲଭାନ୍ଵିତ ହେଉଛନ୍ତି।
ଓଡ଼ିଶାରେ ଉଜ୍ଜଳା ଯୋଜନା ମାଧ୍ୟମରେ ୫୩ ଲକ୍ଷ ଲୋକ ଉପକୃତ ହେଉଥିବା ବେଳେ ଗଞ୍ଜାମରେ ୨୭ ହଜାର ଲୋକ ଉପକୃତ ହୋଇଛନ୍ତି। ୧୯୯୩ ମସିହାରେ ମୁଁ ବିଧାୟକ ଥିବା ସମୟରେ ସେହି ଅଞ୍ଚଳର ଜଣେ ବିଡ଼ିଓ ଗୋଟିଏ ପଞ୍ଚାୟତରେ ୨ ଜଣଙ୍କୁ ଇନ୍ଦିରା ଆବାସ ଦେବେ ବୋଲି କହୁଥିଲେ। ବିଗତ ୫ ବର୍ଷରେ ଦେଶରେ ୪ କୋଟି ଘର ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ଆଉ ୩ କୋଟି ଘର ନିର୍ମାଣ କରିବା ପାଇଁ ବିଜେପି ସରକାର ଯୋଜନା କରିଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାରେ ଲୋକଙ୍କୁ ସାମିଲ ନକରିଥିବାରୁ ସେ ବିଜେଡି ସରକାର ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଏହି ଯୋଜନାରେ ୫ ଲକ୍ଷ ସହାୟତା ରାଶି ମିଳୁଥିବା ବେଳେ ଓଡ଼ିଶାରେ ୬୮ ଲକ୍ଷ ଲୋକ ସେଥିରେ ସାମିଲ କରିବା ପାଇଁ କେନ୍ଦ୍ର ଯୋଜନା କରିଥିଲା କିନ୍ତୁ ସରକାର ତାହାକୁ ଲାଗୁ କରି ନାହାନ୍ତି। ସେହିପରି ଚଳିତ ଥର ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନାରେ କିନ୍ନର ଏବଂ ୭୦ ବର୍ଷରୁ ଅଧିକ ବୟସ୍କକୁ ସାମିଲ କରିବା ପାଇଁ ମୋଦୀ ଯୋଜନା କରିଛନ୍ତି। ଓଡ଼ିଶାରେ ହର ଘର ଜଳ ଯୋଜନାରେ ୬୨ ଲକ୍ଷ ଘରକୁ ସାମିଲ କରାଯାଇଥିବା ବେଳେଗଞ୍ଜାମ ରେ ୨ ଲକ୍ଷ ଘରକୁ ଏଥିରେ ସାମିଲ କରାଯାଇଛି। ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ଆସିଲେ ପାଇପ ଯୋଗେ ସମସ୍ତ ଘରକୁ ଇନ୍ଧନ ଗ୍ୟାସ ପହଞ୍ଚା ଯିବ। ସ୍ମାର୍ଟ୍ ସିଟି ପାଇଁ ଓଡ଼ିଶାକୁ ୨ ହଜାର କୋଟି ପ୍ରଦାନ କରାଯାଇଥିବା ବେଳେ ରେଳ ବଜେଟରେ ଓଡ଼ିଶା ପାଇଁ ୧୨ ପ୍ରତିଶତ ବୃଦ୍ଧି କରାଯାଇଛି। ବ୍ରହ୍ମପୁରରେ ଶିକ୍ଷାର ବିକାଶ ପାଇଁ ୧୦୦୬ କୋଟି ଟଙ୍କା ବ୍ୟୟରେ ଆଇଜର ନିର୍ମାଣ ହୋଇଛି। ଓଡ଼ିଶାରେ ୫୭ଟି ଅମୃତ ଭାରତ ଷ୍ଟେସନର ନିର୍ମାଣ ପାଇଁ ଯୋଜନା ହୋଇଥିବାବେଳେ ବର୍ତ୍ତମାନ ୨୫ ଟିର କାର୍ଯ୍ୟ ଜାରି ରହିଛି। ସେହିପରି ଓଡିଶାରେ ବାହାର ଲୋକକୁ ନେତା ନ କରି ମାଟିର ପୁଅକୁ ନେତା କରିବା ପାଇଁ ଶପଥ ନିଅନ୍ତୁ ବୋଲି ସେ ଆହ୍ବାନ କରିଥିଲେ। ଅନ୍ୟପଟେ ନବୀନ ସରକାର ବାହାରି ଲୋକକୁ ନେତା କରିବାରେ ଲାଗିଛି। ଅଫିସରଙ୍କ ଦୁର୍ନୀତି, ବାବୁ ରାଜ ବଢ଼ି ଚାଲିଛି ବୋଲି ସେ କହିଥିଲେ। ସେହିପରି ରାଜ୍ୟରେ ୧୬୦ଟି ଚିଟ୍ ଫଣ୍ଡ କମ୍ପାନୀ ୩୨ ହଜାର କୋଟି ଟଙ୍କା ୨୦ ଲକ୍ଷ ଲୋକଙ୍କ ଠାରୁ ଲୁଟି ନେଇଛନ୍ତି ବିଜେପି ସରକାର ଆସିଲେ ତାହାକୁ ଖୁବଶିଘ୍ର ଜନ ସାଧାରଣଙ୍କୁ ଫେରସ୍ତ କରାଯିବ ବୋଲି କହିଛନ୍ତି। ତେଣୁ ଏହି ସବୁ ଜିନିଷକୁ କରିବାକୁ ହେଲେ ଆସନ୍ତା ୧୩ ତାରିଖରେ ଜନ ସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଥିଲେ। ସେହିପରି ଓଡ଼ିଶାର ଏହି ପବିତ୍ର ଭୂମିରେ ଏହି ମହତ୍ତ୍ଵ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ବିଗତ ୨୪ ବର୍ଷର ସରକାର ଏହି ସରକାରକୁ କେହି ରାଜନେତା ଚଳାଉ ନାହିଁ ଜଣେ ବ୍ୟକ୍ତି ଯିଏକି ତାମିଲନାଡୁରୁ ଆସି ରାଜ୍ୟ ଚଳାଉଛି। ନବୀନ ବୟସ୍କ ହୋଇ ଯାଇଛନ୍ତି ତାଙ୍କର କାଶୀ ବୃନ୍ଦାବନ ଯିବାର ସମୟ ଆସିଛି ବୋଲି ସେ କହିଛନ୍ତି। ଲୋକ ଆପଣଙ୍କୁ ଭୋଟ ଦେଇ ଜିତାଇଛନ୍ତି ସରକାରୀ ଅଧିକାରୀ ଚଳାଇବା ପାଇଁ ନୁହଁ। ଏହାର ଜବାବ ଆସନ୍ତା ନିର୍ବାଚନରେ ଏହି ଲୋକମାନେ ଜବାବ ଦେବେ। ସମ୍ରାଟ ଅଶୋକ ଏବଂ କଳିଙ୍ଗର ଏହି ଭୂମିରେ ଆପଣ ମାନେ ସେମାନଙ୍କୁ ଉଚିତ୍ ଜବାବ ଦେବେ ବୋଲି ଆଶା। ଏହା ସହ ସେ ପଣ୍ଡିଆନଙ୍କ ଉପରେ ବର୍ଷିଥିଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ। ବିଜେଡ଼ି ସରକାର ଯାଉଛି ବିଜେପି ସରକାର ଆସୁଛି। ସାଧାରଣ ଲୋକଙ୍କ ମନରେ ରହିଛି ସରକାର ପରିବର୍ତ୍ତନ କରିବା। ଦୁର୍ନୀତି କରିବାରେ ଲିପ୍ତ ଏହି ସରକାରକୁ ହଟେଇବା ସହ ବିଜେପିକୁ ଜିତାଇବା ପାଇଁ ସମସ୍ତେ ସଂକଳ୍ପ ନେବା। ଏହି ପରିବର୍ତ୍ତନର ସୂତ୍ରଧାର ଜନ ସାଧାରଣ ହୁଅନ୍ତୁ। ଚିଟ ଫଣ୍ଡ କ୍ଷତି ଗସ୍ତକୁ ଟଙ୍କା ଆମେ ଫେରାଇବୁ। ଧାନ କୁଇଣ୍ଟାଲକୁ ବଢ଼ାଇବୁ। ଦାଦନକୁ ବନ୍ଦ କରିବା। ୭ ହଜାରରୁ ଉର୍ଦ୍ଧ୍ଵ ଖାଲି ପଦବୀ ପୂରଣ ହେବ ସେଥିପାଇଁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ରାଜ୍ୟ ସଭାପତି ମନୋମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ୟାଦବ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ, ଲୋକସଭା ସଂଯୋଜକ ସରୋଜ ସାବତ, ସାଂସଦ ପ୍ରାର୍ଥୀ ଡ଼ା ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ କେ ନାରାୟଣ ରାଓ, ବିଧାୟକ ପ୍ରାର୍ଥୀ ଡ଼ା ସିଦ୍ଧାନ୍ତ ମହାପାତ୍ର, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, କେ ଅନିଲ କୁମାର, ବିଭୂତି ଭୂଷଣ ଜେନା, କୃଷ୍ଣ ଚନ୍ଦ୍ର ନାୟକ, ପ୍ରଶାନ୍ତ ମଲ୍ଲିକ, ବରିଷ୍ଟ ନେତା ରାମ ଚନ୍ଦ୍ର ପଣ୍ଡା, ଟି ଗୋପୀ, ପ୍ରଶାନ୍ତ କର, ବନମାଳୀ ସେଠୀ ଙ୍କ ସମେତ ବହୁ ବରିଷ୍ଟ ନେତା, ସଂଯୋଜକ, ପ୍ରଭାରୀ, ବିସ୍ତାରକ ଓ ଦଳୀୟ ନେତୃବୃନ୍ଦ ସାମିଲ ହୋଇଥିଲେ।