ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡିଲେ ଏଆରଆଇ

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଏଆରଆଇ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି।

ଲାଞ୍ଚ ଟଙ୍କା ଜବତ କଲା ଭିଜିଲାନ୍ସ

ବଲାଙ୍ଗୀର, ୦୧.୦୫.୨୦୨୪: ଭିଜିଲାନ୍ସ ପଞ୍ଝାରେ ଧରା ପଡିଲେ ଏଆରଆଇ। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଏଆରଆଇ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ଟିମ୍ ହାତରେ। ଏମାନେ ଜମି ନୋଟିଫିକେସନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସୂଚନା ଅନୁସାରେ, ଏଆରଆଇ ରେସ୍ମା ମାଝୀ ଜମି ନୋଟିଫିକେସନ ବାବଦକୁ ବାସୁଦେବ ରଣାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଏନେଇ ବାସୁଦେବ ବଲାଙ୍ଗୀର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ସୂଚନା ମୁତାବକ, ବଲାଙ୍ଗିର ଡିଏସପି କୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁରର ମିଳିତ ଟିମ୍ ସହଯୋଗରେ ଚଢାଉ କରାଯାଇଥିଲା। ପରେ ସମ୍ପୃକ୍ତ ଲାଞ୍ଚ ଟଙ୍କା ଉଭୟ ଅଭିଯୁକ୍ତ ରେସ୍ମା ମାଝୀ ଏବଂ ବାବୁଲାଲ ନନ୍ଦ ନିକଟରୁ ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ରେସ୍ମାକୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ରେସ୍ମାଙ୍କ ବିଭିନ୍ନ କାର୍ଯ୍ୟାଳୟ ରେଡ୍ ଜାରି ରଖିଛି।