ଆଜି କଣ୍ଟାବାଞ୍ଜିରେ ନାମାଙ୍କନପତ୍ର ଦାଖଲ

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ନବୀନ।

କଣ୍ଟାବାଞ୍ଜି ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର

ଭୁବନେଶ୍ବର, ୦୨/୦୫/୨୦୨୪: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନାମାଙ୍କନ ଭରିବେ। କଣ୍ଟାବାଞ୍ଜିରୁ ପ୍ରଥମ ଥର ନିର୍ବାଚନ ଲଢିବେ ନବୀନ। ପୂର୍ବରୁ ନବୀନ ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କଣ୍ଟାବାଞ୍ଜି ଦ୍ୱିତୀୟ ନିର୍ବାଚନ କ୍ଷେତ୍ର। ଭୁବନେଶ୍ବରରୁ ତୁଷୁରା ପର୍ଯ୍ୟନ୍ତ ଯିବା ବେଳେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଟିଟିଲାଗଡ଼ରେ ପହଞ୍ଚିବେ। ପରେ ଟିଟିଲାଗଡ଼ ସିଟି ହାଇସ୍କୁଲରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ। କଣ୍ଟାବାଞ୍ଜି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଓ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ରାୟ ନାମାଙ୍କନ ଭରି ସାରିଥିବା ବେଳେ ଆଜି ନବୀନ ନାମାଙ୍କନ ଭରିବେ।