ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଓଡ଼ିଆ ଅଭିନେତ୍ରୀ ଜିନା ସାମଲ

ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଜିନା ବିଜେଡିରେ ଯୋଗ ଦେଇଛନ୍ତି।

ବିଜେପିର ଟିକେଟ ବଣ୍ଟନ କଲା ଅସନ୍ତୋଷ

ଭୁବନେଶ୍ବର, ୦୩/୦୫/୨୦୨୪: ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଶୁକ୍ରବାର ବିଜେପି ଛାଡ଼ିବାର କିଛି ଘଣ୍ଟା ପରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଜିନା ବିଜେଡିରେ ଯୋଗ ଦେଇଛନ୍ତି। ମହିଳାଙ୍କ ପ୍ରତି ସମ୍ମାନ ପାଇଁ ସେ ବିଜେଡିରେ ଯୋଗ ଦେଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତିରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଆଗାମୀ ବିଧାନସଭା ନିର୍ବାଚନରେ ଟିକେଟ ନ ମିଳିବାରୁ ଅଭିନେତ୍ରୀ ବିଜେପି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଭୋଗରାଇ ବିଧାନସଭା ଆସନ ପାଇଁ ସେ ବିଜେପି ପ୍ରାର୍ଥୀ ହେବାକୁ ଚାହୁଁଥିଲେ। କିନ୍ତୁ ବିଜେପି ଏହି ଆସନ ପାଇଁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା।