ଆମେ ସୁରକ୍ଷିତ ଅଛୁ, ଶୀଘ୍ର ଫେରୁଛୁ

ଝାରସୁଗୁଡ଼ାରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ଭୁବନେଶ୍ୱରରେ ଅବତରଣ କରିପାରିଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୬/୦୫/୨୦୨୪: ଆମେ ସୁରକ୍ଷିତ ଅଛୁ। ଖୁବ ଶୀଘ୍ର ଭୁବନେଶ୍ବର ଫେରୁଛୁ। ସୋସିଆଲ ମିଡ଼ିଆରେ ଭିଡିଓ ଜାରି କରି ଏମିତି କିଛି କହିଛନ୍ତି ପାଣ୍ଡିଆନ। ଆଉ ତାଙ୍କ ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖଡିଆଳରୁ ଭୁବନେଶ୍ବର ଫେରିବା ସମୟରେ ବିମାନରେ ବସି ଏହି ଭିଡିଓ ଅପଲୋଡ କରାଯାଇଛି। କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିଲେନି ମୁଖ୍ୟମନ୍ତ୍ରୀ। ତେଣୁ ଭୁବନେଶ୍ୱର ଆକାଶରେ ଅଧଘଣ୍ଟା ଉଡ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ଅବତରଣ କରି ନପାରି ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଇ ସେଠାରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ। ପ୍ରଚଣ୍ଡ ବର୍ଷା ପବନ ଯୋଗୁଁ ଏଭଳି ଘଟିଛି ବୋଲି ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଉଭୟ ସୁରକ୍ଷିତ ଅଛନ୍ତି।