ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଟାଇମ୍ ଦେଲେ ପାଣ୍ଡିଆନ୍

ଭବାନୀପାଟଣା ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସମୟରେ ପାଣ୍ଡିଆନ ଟାଇମ୍ ଦେଇଛନ୍ତି।

ପ୍ରଚାର ଖଣ୍ଡଯୁଦ୍ଧ!

ଭୁବନେଶ୍ବର, ୦୬/୦୫/୨୪: ଆଟାକ୍ ପରେ କାଉଣ୍ଟର ଆଟାକ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବ୍ରହ୍ମପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିବା ବେଳେ ଆଜି ପରୋକ୍ଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟଲାଭ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଟାଇମ୍ ଦେଇଛନ୍ତି ପାଣ୍ଡିଆନ୍। ଭବାନୀପାଟଣା ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସମୟରେ ପାଣ୍ଡିଆନ ଟାଇମ୍ ଦେଇଛନ୍ତି। ଆସନ୍ତା ଜୁନ ୯ ତାରିଖ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ ବୋଲି ଭବାନୀପାଟଣା ସମାବେଶରେ ଦୃଢୋକ୍ତି ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।