ଅନୁଗୁଳ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

କହିଲେ ଏଥର ରାଜ୍ୟରେ ଡବଲ୍‌ ଇଞ୍ଜିନ ସରକାର

ଅନୁଗୁଳ, ୨୦/୦୫: ଅନୁଗୁଳ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ । ଓଡିଶା କଳାର ଧାମ ଏବଂ ପ୍ରତି ପରିବାରରେ କଳା ଭର୍ତ୍ତି ରହିଛି । ସକାଳ ୧୦ଟାରେ ଏଭଳି ଭିଡ ଦେଖି ମୁଁ ଅଭିଭୂତ । ସେହିପରି ସକାଳ ୭ଟାରେ ପୁରୀରେ ହୋଇଥିବା ଭିଡ ବି ଆଶ୍ଚର୍ଯ୍ୟଜନକ ଥିଲା । ଯାହାକୁ ଦେଖି ମୁଁ ବହୁତ ଖୁସି ହୋଇଥିଲି । ପ୍ରଭୁ ଜଗନ୍ନାଥ ସବୁ ଲୋକଙ୍କର ଆଶା ପୂରଣ କରନ୍ତି । ମୁଁ ଓଡିଶାର ସୁଖ ଏବଂ ସମୃଦ୍ଧି ପାଇଁ ଜଗନ୍ନାଥଙ୍କ ଆଶିଷ ମାଗିଛି । ଏହାସହିତ ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଜନସଭାରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ. ବିଜେଡିକୁ ଆପଣମାନେ ୨୫ ବର୍ଷ ଧରି ଶାସନ ପାଇଁ ସୁଯୋଗ ଦେଇଛନ୍ତି । ତଥାପି ରାଜ୍ୟରେ ହୋଇନାହିଁ ବିକାଶ । ତେଣୁ ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ । ଦେଖିବେ ରାଜ୍ୟରେ ଏଥର ଡବଲ ଇଞ୍ଜିନ ସରକାର ହେବ । ଆଉ ରାଜ୍ୟର ବିକାଶ କାମ ଦ୍ୱିଗୁଣିତ ହେବ । ଓଡ଼ିଶାରେ ବିଜେପି ସରକାରକୁ ଆର୍ଶୀବାଦ କରନ୍ତୁ । ଓଡ଼ିଶାର ପୁଅ କିମ୍ବା ଝିଅକୁ ହିଁ ବିଜେପି ମୁଖ୍ୟମନ୍ତ୍ରୀ କରିବ । ଜୁନ୍ ୧୦ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏଥିପାଇଁ ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ।

ସେହିପରି ଅନୁଗୁଳ ସଭାରେ ରତ୍ନଭଣ୍ଡାର ଚାବି କଥା ମଧ୍ୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଜଗନ୍ନାଥ ବି ସୁରକ୍ଷିତ ନୁହନ୍ତି । ରତ୍ନଭଣ୍ଡାରର ଚାବି ହଜାଇ ଦେଇଛନ୍ତି । ୬ ବର୍ଷ ହେଲା ହଜିଥିବା ଚାବିର କୌଣସି ଖୋଜଖବର ନାହିଁ ।

ଘରର ଚାବି ହଜିଲେ ୨ ଘଣ୍ଟା ମଧ୍ୟରେ ମିଳିଯାଏ । କିନ୍ତୁ ରତ୍ନଭଣ୍ଡାର ଚାବି ୬ ବର୍ଷ ହେବ ମିଳୁନାହିଁ ।

ଗତ ୨୫ ବର୍ଷରେ ଅନେକ ଜଳସେଚନ ପ୍ରକଳ୍ପ ଅଟକି ରହିଛି । ବିଜେପିଙ୍କୁ ସୁଯୋଗ ଦେଲେ ଜଳସେଚନର ବ୍ୟବସ୍ଥା କରାଯିବ । ଓଡ଼ିଶାର ଚାଷୀଙ୍କ ସହ ବିଶ୍ୱାସଘାତ ହୋଇଛି । ଏମଏସପି ଦର ୨୨୦୦ ଟଙ୍କା ମଧ୍ୟ ମିଳୁନି । ବିଜେଡି ନେତା ମଣ୍ଡିରେ ଚାଷୀଙ୍କୁ ଲୁଟୁଛନ୍ତି । ଓଡ଼ିଶାରେ ଧାନର ଏମଏସପି ୩୧୦୦ ଟଙ୍କା ହେବ । ୪୮ ଘଣ୍ଟା ମଧ୍ୟରେ ଏହି ଟଙ୍କା ଆକାଉଣ୍ଟକୁ ଆସିବ । ମଣ୍ଡିରେ ଯେଉଁ କଟନି ଛଟନି ହେଉଛି ସେଥିରୁ ମଧ୍ୟ ଚାଷୀଙ୍କୁ ମୁକ୍ତି ଦିଆଯିବ ।