ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶିଷ ଲାଭ କଲେ କାର୍ତ୍ତିକ ପାଣ୍ଡିଆନ

ମନ୍ଦିରର ସ୍ୱଚ୍ଛତା ସମ୍ପର୍କରେ ପଚାରି ବୁଝିଲେ ।

ପୂଜକ ଓ ଭକ୍ତମାନଙ୍କ ସହ ଆଲୋଚନା କଲେ ପାଣ୍ଡିଆନ

ସମ୍ୱଲପୁର,୨୦/୦୫: ସୋମବାର ସକାଳୁ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ଦିନର ଆରମ୍ଭ କରିଛନ୍ତି । ସକାଳୁ ସକାଳୁ ଶ୍ରୀ ପାଣ୍ଡିଆନ ମନ୍ଦିରରେ ପହଞ୍ଚଥିଲେ । ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ପାଶ୍ୱର୍ରେ ବୁଲିଥିଲେ । ସମଲେଇ ମନ୍ଦିରର ପରିଷ୍କାର ପରିଛନ୍ନତା ଠିକ ଅଛି ନା ନାହିଁ ତାହା ଦେଖିଥିଲେ । ଆଳତୀ ସ୍ଥଳର କାର୍ଯ୍ୟ କେମିତି ଚାଲିଛି ତାହା ଦେଖିଥିଲେ । ମନ୍ଦିରର ପୂଜକ, ଭକ୍ତମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରକାଶ ଯେ ଗତ ରବିବାର ଦିନ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ କାର୍ତ୍ତିକ ପାଣ୍ଡିଆନ । ସନ୍ଧ୍ୟାରେ ମେଗା ରୋଡ ସୋ କରିଥିଲେ । ପ୍ରଥମ ଦିନରେ ସଫଳତାର ସହିତ କାର୍ଯ୍ୟକ୍ରମ ସାରିବା ପରେ ଦ୍ୱିତୀୟ ଦିନ ଆରମ୍ଭରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ଏହାପରେ ସେ ବିଭିନ୍ନ ସ୍ଥାନକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କାର୍ତ୍ତିକ ପାଣ୍ଡିଆନ ଯେବେବି ସମ୍ବଲପୁର ଆସନ୍ତି ସେ ନିଶ୍ଚିତ ଭାବରେ ମା ସମଲେଶ୍ୱରୀ ମନ୍ଦିରକୁ ଯାଆନ୍ତି ଏବଂ ଦର୍ଶନ କରି ଆଶିଷ ଲାଭ କରନ୍ତି । ମା ସମଲେଇଙ୍କ ପ୍ରତି ତାଙ୍କର ଅଗାଢ ଭକ୍ତି ରହିଛି । ତେଣୁକରି ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବା ସତ୍ତ୍ୱେ ସମଲେଇ ପ୍ରକଳ୍ପ ଆଜି ସଫଳ ହୋଇଛି । ମା ଙ୍କର ମନ୍ଦିର ଋପାନ୍ତରିତ ହୋଇ ଭବ୍ୟ ହୋଇଛି ବୋଲି ସମ୍ବଲପୁରବାସୀ କହୁଛନ୍ତି ।