ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି

ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳକୁ ଏକ ମାସ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

ମେ ୩୧ ଯାଏଁ ଥିଲା କାର୍ଯ୍ୟକାଳ ଅବଧି

ନୂଆଦିଲ୍ଲୀ,୨୬/୦୫: ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳକୁ ଏକ ମାସ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଜେନେରାଲ ମନୋଜ ପାଣ୍ଡେ ମେ ୩୧ରେ ଚାକିରିରୁ ଅବସର ନେବାର ଥିଲା।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମେ ୨୬ରେ କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ୱାଭାବିକ ଅବସର ବୟସ (ମେ ୩୧) ଠାରୁ ଅଧିକ ଅର୍ଥାତ୍ ଜୁନ୍ ୩୦ ପର୍ଯ୍ୟନ୍ତ ଏକ ମାସ ପାଇଁ ସେନା ନିୟମ ୧୯୫୪ର ନିୟମ ୧୬ ଏ (୪) ଅନୁଯାୟୀ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଅନୁମୋଦନ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ୨୦୨୨ରେ ସୈନ୍ୟ ବାହିନୀର ଦାୟିତ୍ୱ ଗ୍ରହଣ କରିଥିଲେ।