ଭରଣପୋଷଣ ପାଇବାକୁ ମୁସଲିମ ମହିଳା ଯୋଗ୍ୟ: ସୁପ୍ରିମ୍ କୋର୍ଟ

ରକ୍ଷଣାବେକ୍ଷଣ ବିବାହିତ ମହିଳାଙ୍କ ଅଧିକାର ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାୟ ପ୍ରକାଶ ପାଇଛି।

ବୈଧ ନୁହେଁ ମୁସଲିମ ମହିଳା ଛାଡ଼ପତ୍ର ଅଧିକାର ସୁରକ୍ଷା ଆଇନ,୧୯୮୬

ନୂଆଦିଲ୍ଲୀ,୧୦/୦୭: ମୁସଲିମ୍ ମହିଳା ତାଙ୍କ ପୂର୍ବତନ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବା ପାଇଁ ହକଦାର। ମୁସଲିମ୍ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇବା ପରେ ଭରଣପୋଷଣ ପାଇପାରିବେ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ୍ ବି. ଭି ନାଗରତ୍ନା ଓ ଜଷ୍ଟିସ ଅଙ୍ଗଷ୍ଟାଇନ ଜର୍ଜ ମସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଖଣ୍ଡପୀଠଙ୍କ ଅନୁସାରେ, ଧର୍ମ ନିରପେକ୍ଷ ଆଇନ ଅନୁସାରେ, ମୁସଲିମ୍ ମହିଳା ଛାଡପତ୍ର ଅଧିକାରର ସୁରକ୍ଷା ଆଇନ ୧୯୮୬ ବୈଧ ନୁହେଁ। ଅପରାଧ ଆଚରଣ ସଂହିତା ଧାରା ୧୨୫ ଅନୁସାରେ ସମସ୍ତ ବିବାହିତ ମହିଳା ଭରଣପୋଷଣ ପାଇବାକୁ ଯୋଗ୍ୟ। ଧର୍ମ ନିର୍ବିଶେଷରେ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଆଇନ ସମସ୍ତ ବିବାହିତ ନାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ସ୍ୱାମୀଙ୍କଠାରୁ ରକ୍ଷଣାବେକ୍ଷଣ ପାଇବା ଅର୍ଥ ଦାତବ୍ୟ ନୁହେଁ, ଏହା ବିବାହିତ ମହିଳାଙ୍କ ଅଧିକାର। ସ୍ତ୍ରୀ ମାନେ ପରିବାର ପାଇଁ ତ୍ୟାଗ କରୁଥିଲେ ବି ସ୍ୱାମୀମାନେ ଏଥିପ୍ରତି ସଚେତନ ନୁହଁନ୍ତି। ସ୍ତ୍ରୀମାନଙ୍କ ଉପରେ ସ୍ୱାମୀମାନେ ମାନସିକ ଭାବେ ନିର୍ଭରଶୀଳ। ତେଣୁ ସ୍ତ୍ରୀମାନଙ୍କ ଦାୟିତ୍ୱବୋଧ ଓ ତ୍ୟାଗକୁ ସ୍ୱାମୀମାନେ ହୃଦୟଙ୍ଗମ କରିବା ନିହାତି ଦରକାର।

୨୦୧୭ ମସିହାରେ ଛାଡପତ୍ର ପାଇଥିବା ପତ୍ନୀଙ୍କୁ ଅନ୍ତରୀଣ କ୍ଷତିପୂରଣ ରାଶି ଭାବେ ମାସିକ ୧୦ ହଜାର ଟଙ୍କା ପ୍ରଦାନ ଲାଗି ଆବେଦନ କରିଥିଲେ ପତ୍ନୀ। ହେଲେ, ଏହି ଆବେଦନକୁ ବିରୋଧ କରି ଭରଣପୋଷଣ ଦେବାକୁ ସେ ବାଧ୍ୟ ନୁହଁନ୍ତି ବୋଲି ସ୍ୱାମୀଙ୍କ ପକ୍ଷରୁ ଏହାର ଶୁଣାଣି ପାଇଁ ଏକ ମାମଲା ଆଗତ ହୋଇଥିଲା। ଏହି ମାମଲାକୁ ଖାରଜ କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ।